ସୁନ୍ଦରୀ ହେବାର ନିଶା ନେଲା ପ୍ରାଣ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ଚାଲିଗଲା ଜୀବନ

ହଲିଉଡ ଅଭିନେତ୍ରୀଙ୍କ ୪୮ ବର୍ଷ ବୟସରେ ସୁନ୍ଦରୀ ହେବାର ନିଶା ହେଲା କାଳ । ପ୍ଲାଷ୍ଟିକ ସର୍ଜରୀ ଯେ ।ଗୁ ଚାଲିଗଲା ଜୀବନ । ଏ ହେଉଛନ୍ତି ହଲିଉଡ ଅଭିନେତ୍ରୀ ତଥା ପୂର୍ବତନ ଆର୍ଜେଣ୍ଟିନା ବିଶ୍ୱ ସୁନ୍ଦରୀ ଜାକ୍‌ଲିନ କ୍ୟାରିଏରୀ ।

ହଲିଉଡ ଅଭିନେତ୍ରୀଙ୍କ ୪୮ ବର୍ଷ ବୟସରେ ସୁନ୍ଦରୀ ହେବାର ନିଶା ହେଲା କାଳ । ପ୍ଲାଷ୍ଟିକ ସର୍ଜରୀ ଯେ ।ଗୁ ଚାଲିଗଲା ଜୀବନ । ଏ ହେଉଛନ୍ତି ହଲିଉଡ ଅଭିନେତ୍ରୀ ତଥା ପୂର୍ବତନ ଆର୍ଜେଣ୍ଟିନା ବିଶ୍ୱ ସୁନ୍ଦରୀ ଜାକ୍‌ଲିନ କ୍ୟାରିଏରୀ । ମାତ୍ର ୪୮ ବର୍ଷ ବୟସୟରେ ତାଙ୍କର ପ୍ରାଣହାନୀ ଘଟିଛି ।

ତାଙ୍କର ପରଲୋକଗତ ଖବର ଶୁଣିବା ପରେ ହଲିଉଡ ଓ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଲାଟିନ ଆମେରିକୀୟ ସିନେମାରେ ତାଙ୍କର ବହୁତ ଖ୍ୟାତି ରହିଛି । ତେବେ ପ୍ଲାଷ୍ଟିକ ସର୍ଜରୀ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ତାଙ୍କର ସୌନ୍ଦର୍ଯ୍ୟ ଯେପରି ନଢ଼ଳୁ ସେଥିପାଇଁ ସେ ଏହି ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ହେଲେ ରକ୍ତ ଜମାଟ ବାନ୍ଧିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଅଭିନେତ୍ରୀ ନିଜର ସମାନ ସୌନ୍ଦର୍ଯ୍ୟକୁ ଧରି ରଖିବାକୁ ପ୍ଲାଷ୍ଟକ ସର୍ଜରୀର ସହାୟତା ନେଉଥିଲେ । ଯାହାକି ପରେ ଅସୁବିଧା ଦେଖାଯାଇଥିଲା ।

ତାଙ୍କର ରକ୍ତ ଜମାଟ ବାନ୍ଧିବା ଯୋଗୁ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇ ନଥିଲା । ଧିରେ ଧିରେ ସେ ଅସୁସ୍ଥତା ଆଡକୁ ଗତି କରିଥିଲେ । ସୁନ୍ଦରୀ ହେବାର ନିଶା ଯୋଗୁ ବହୁ ଅଭିନେତ୍ରୀ ଅଳ୍ପ ବୟସରେ ଏପରି ପ୍ରାଣ ହରାଉଥିବାର ନଜିର ରହିଛି ।

ଏହା ପୂର୍ବରୁ ଆର୍ଜେଣ୍ଟିନା ଅଭିନେତ୍ରୀ ସିଲଭିନା ଲୁନାଙ୍କର ମଧ୍ୟ ପ୍ଲାଷ୍ଟିକ ସର୍ଜରୀ ଯୋଗୁ ମୃତ୍ୟୁ ଘଟିଥିଲା । କେବଳ ହଲିଉଡରେ ନୁହେଁ ବଲିଉଡ ଓ ଟଲିଉଡରେ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ ଯୋଗୁ ଅଭିନେତ୍ରୀ ପ୍ରାଣ ହରାଇଛନ୍ତି । କନ୍ନଡ ଅଭିନେତ୍ରୀ ଚେତନ ରାଜ ଓ ତେଲଗୁ ଅଭନେତ୍ରୀ ଆରତୀ ଅଗ୍ରଓ୍ଵାଲ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ ଯୋଗୁ ପ୍ରାଣ ହରାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.