ବିଶ୍ୱକପ ୨୦୨୩ : ଭାରତକୁ ୨୦୦ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ, କୌଣସି ବ୍ୟାଟର ଛୁଇଁପାରିଲେନି ୫୦ ଅଙ୍କ

ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର କୌଣସି ବି ବ୍ୟାଟର ୫୦ ରନ୍‌ କରିପାରିନାହାନ୍ତି । ଅଷ୍ଟ୍ରେଲିଆ ଟିମ୍‌ ଆଉ ୩ଟି ବଲ ବାକି ଥାଇ ୧୯୯ ରନ୍‌ କରି ଅଲଆଉଟ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍‌ ଭାରତକୁ ୨୦୦ ରନର ଟାର୍ଗେଟ ଦେଇଛି ।

ଦିନିକିଆ ବିଶ୍ୱକପ ମହାକୁମ୍ଭର ପ୍ରଥମ ମୁକାବିଲାରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେଉଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍‌ ଭାରତକୁ ୨୦୦ ରନର ଟାର୍ଗେଟ ଦେଇଛି । ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର କୌଣସି ବି ବ୍ୟାଟର ୫୦ ରନ୍‌ କରିପାରିନାହାନ୍ତି । ଅଷ୍ଟ୍ରେଲିଆ ଟିମ୍‌ ଆଉ ୩ଟି ବଲ ବାକି ଥାଇ ୧୯୯ ରନ୍‌ କରି ଅଲଆଉଟ ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଡେଭିଡ୍ ୱାନର୍ ଓ ମିଚେଲ ମାର୍ଶ ଓପନିଂ ପାଇଁ ମଇଦାନକୁ ଓହ୍ଲାଇ ଥିବାବେଳେ ଖାତା ଖୋଲିପାରି ନାହାନ୍ତି ମାର୍ଶ। ମାର୍ଶଙ୍କୁ ବୁମରା ୦ରେ ଆଉଟ କରିଥିଲେ । ଏହାପରେ ସ୍ମିଥ ଏବଂ ଓ୍ଵାର୍ଣ୍ଣର ମ୍ୟାଚ୍‌ ସମ୍ଭାଳିଥିବା ବେଳେ ଓ୍ଵାର୍ଣ୍ଣର ୪୧ ରନ୍‌ କରିଥିବା ବେଳେ କୁଲଦୀପଙ୍କ ଶିକାର ହୋଇଥିଲେ । ୪୬ ରନ କରିଥିବା ସ୍ମିଥଙ୍କୁ ଜାଡେଜା ଆଉଟ୍‌ କରିଥିଲେ । ଲାବୁସେନ ୨୭, ମ୍ୟାକ୍ସେଓ୍ଵଲ ୧୫, ଆଲେକ୍ସ କେରୀ ୦, ଗ୍ରୀନ ୮, ପ୍ୟାଟ କୁମିନ୍ସ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଜାଜେଡା, କୁଲଦୀପ ଯାଦବ ଏବଂ ବୁମରାଙ୍କ ବୋଲିଂରେ ଘାଇଲା ହୋଇଛି ଅଷ୍ଟ୍ରେଲିଆ ଟିମ୍‌ । ଜାଡେଜା ୧୦ଟି ବଲରେ ୩ ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ଟିମକୁ ଘାଟାରେ ପକାଇଛନ୍ତି । ଜାଡେଜା ୨୮ ଓଭରରେ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିଥିବା ବେଳେ ତା’ ପର ଓଭରରେ ଲାବୁସେନ ଏବଂ ଏଲକ୍ସ କେରୀଙ୍କ ଓ୍ଵିକେଟ ନେଇଥିଲେ । ଜାଡେଜା ୩ଟି, ବୁମରା ୨ଟି, କୁଲଦୀପ ଯାଦବ ୨ଟି, ଅଶ୍ୱିନ ଓ  ପାଣ୍ଡ୍ୟା ୧ ଓ୍ଵିକେଟ ନେଇଛନ୍ତି ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ସ୍କ୍ୱାଡ: ପାଟ କମିନ୍ସ, ଷ୍ଟିଭ ସ୍ମିଥ, ଆଲେକ୍ସ କେରୀ, ଜୋଶ ଇଙ୍ଗଲିସ, ସେନ ଆବୋଟ୍ଟ, ମାର୍ନସ ଲାବୁଶେନ, କାମେରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ଓ ମିଚେଲ ଷ୍ଟାର୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.