ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରନ୍ତି । ବେଳେବେଳେ ଏହି ସ୍ଥାନ ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କାରଣ ଏଭଳି ସ୍ଥାନରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ, ଯାହା ବିଷୟରେ ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ସନ୍ଧାନ କରି ପାରନ୍ତିନି । ଏପରି ସ୍ଥାନକୁ ରାତିରେ କଣ, ଲୋକେ ଦିନରେ ବି ଯିବାକୁ ଭୟ କରନ୍ତି ।

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରନ୍ତି । ବେଳେବେଳେ ଏହି ସ୍ଥାନ ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କାରଣ ଏଭଳି ସ୍ଥାନରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ, ଯାହା ବିଷୟରେ ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ସନ୍ଧାନ କରି ପାରନ୍ତିନି । ଏପରି ସ୍ଥାନକୁ ରାତିରେ କଣ, ଲୋକେ ଦିନରେ ବି ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଏକ ରହସ୍ୟମୟୀ ପାର୍କ ବିଷୟରେ । ଯେଉଁଠାରେ ରାତି ହେଲେ ଆତ୍ମାଙ୍କ ପ୍ରକୋପ ବଢ଼ିଯାଏ ।

ଆମେରିକାର ପଶ୍ଚିମ ଭର୍ଜିନିଆର ପ୍ରିନ୍ସଟନ୍ ସହରରେ ‘ଲେକ୍‌ ଶାଉନି ଆମ୍ୟୁଜମେଣ୍ଟ ପାର୍କ’ ରହିଛି, ଯାହାକୁ ଅଭିଶପ୍ତ ବୋଲି କୁହାଯାଏ । କାରଣ ଏଠାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହି ଭୟାବହ ମୃତ୍ୟୁ ପରେ ଏହି ପାର୍କ ବନ୍ଦ କରାଯାଇଥିଲା । ବହୁ ବର୍ଷ ଧରି ଏହା ନିର୍ଜନ ସ୍ଥାନ ଭାବେ ପଡ଼ି ରହିଛି । ଅନେକ ଲୋକ ଏହାକୁ ଦୁନିଆର ସବୁଠାରୁ ହଣ୍ଟେଡ ଆମ୍ୟୁଜମେଣ୍ଟ ପାର୍କ କୁହନ୍ତି । କାରଣ ଅନେକଙ୍କ ମତରେ ଏହି ପାର୍କ ଏକ ଶ୍ମଶାନ ଉପରେ ନିର୍ମିତ ହୋଇଥିଲା ।

ଦ ସନ୍‌ ରିପୋର୍ଟ ଅନୁସାରେ ଏହି ପାର୍କ ଶାଉନି ହ୍ରଦ କୂଳରେ ପ୍ରଥମେ ୧୯୨୦ ମସିହାରେ ଜଣେ ବ୍ୟବସାୟୀ କାନଲି ସ୍ନିଡୋଙ୍କ ଦ୍ୱାରା ଖୋଲା ଯାଇଥିଲା, ଯାହା ୧୯୮୮ ମସିହାରେ ବନ୍ଦ ହେବା ପୂର୍ବରୁ ୬୨ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା । ଅଭିଶପ୍ତ ଭୂମି ହୋଇଥିବାରୁ ଏଠାରେ ହଠାତ୍ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକମାନେ କୁହନ୍ତି ।

ଏହି ପାର୍କରେ ଏପରି ଅନେକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଲୋକେ ଭୟରେ ଥରିବାକୁ ଲାଗନ୍ତି । ଏଠାରେ ଏକ ଛୋଟ ବାଳକର ଦୁଃଖଦ ମୃତ୍ୟୁ ହୋଇଥିଲା । ପିଲାଟି ପାର୍କରେ ଥିବା ସୁଇମିଂ ପୁଲରେ ବୁଡ଼ି ଯାଇଥିଲା । ଦୀର୍ଘ ସମୟ ପରେ ବାଳକର ଶରୀର ସୁଇମିଂ ପୁଲରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେହି ସମୟରେ ପାର୍କର ମାଲିକମାନେ ଏହି ପୁଲକୁ ବାଲିରେ ଭର୍ତ୍ତି କରି ଦେଇଥିଲେ ।

ଏଠାରେ ଏକ ୩ ବର୍ଷର ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେ ଲିଫ୍ଟରେ ଚାପି ଯାଇଥିଲା । ଅନ୍ୟ ଏକ ବାଳକ ଝୁଲଣାରେ ଖେଳୁଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ୧୯୩୪ ମସିହାରେ ଜଣେ ମହିଳାଙ୍କୁ ପାର୍କ ବାହାରେ ଗୁଳି କରାଯାଇଥିଲା । ୧୯୬୬ ମସିହାରେ ଏଭଳି ଅଜବ ଦୁର୍ଘଟଣା ଘଟୁଥିବା ଯୋଗୁଁ ପାର୍କ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ବନ୍ଦ ହେବାର ୨୦ ବର୍ଷରୁ ଅଧିକ ସମୟ ପରେ, ଏହି ପାର୍କରେ ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଥିଲା ଯେଉଁଥିରେ ଅଧିକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଥିଲା । ପାର୍କକୁ ଖୋଳିବା ପରେ ପାଖାପାଖି ୧୩ଟି ମୃତଦେହ ଉଦ୍ଧାର ହୋଇଥିଲା, ଯେଉଁଥିରେ ଅଧିକାଂଶ ଶବ ଶିଶୁଙ୍କ ଶବ ଥିଲା । ଏହା ପରେ ଏଠାରେ କାର୍ଯ୍ୟ ବନ୍ଦ କରାଯାଇଥିଲା । ଏହି ସ୍ଥାନ ଏବେ ବନ୍ଦ ରହିଛି । ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ଏହି ସ୍ଥାନ ଦେଇ ଯିବାକୁ ମଧ୍ୟ ଭୟ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.