Below header

ଖାକି ବର୍ଦ୍ଦି ବିରୋଧରେ ସାଂଘାତିକ ଅଭିଯୋଗ, ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଝାରସୁଗୁଡ଼ା (କେନ୍ୟୁଜ୍) : ଖାକି ବର୍ଦ୍ଦି ବିରୋଧରେ ସାଂଘାତିକ ଅଭିଯୋଗ। ପୋଲିସ ପୋଷାକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଝାରସୁଗୁଡ଼ାରେ। ୧୫ବର୍ଷିଆ ନାବାଳିକା ଜଣଙ୍କୁ ତାଙ୍କ ପୁରୁଷ ବନ୍ଧୁ ରବି ଜାମସେଦପୁରରୁ ଝାରସୁଗୁଡ଼ା ଆସି ଏକ ହୋଟେଲରେ ରହିଥିଲେ। ସେଠାରେ ୪ଜଣ ଯୁବକ ପୋଲିସ ପୋଷାକରେ ଆସି ତାଙ୍କୁ ୮ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଯୁଗସଲାଇର ଏକ ହୋଟେଲରେ ଛାଡ଼ି ଚାଲିଯାଇଥିଲେ। ତାଙ୍କ ପୁରୁଷବନ୍ଧୁ ମଧ୍ୟ ତାଙ୍କୁ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲା।

ହୋଟେଲ ମାଲିକ ସହାୟତାରେ ନାବାଳିକା ଜଣକ ଜାମସେଦପୁରର ଟେଲକୋ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ରବି ସମେତ ଦୁଇଜଣକୁ ଗିରଫ କରିଛି ପୋଲିସ। ଅଧିକ ତଦନ୍ତ ପାଇଁ ଝାଡ଼ଖଣ୍ଡ ପୋଲିସର ଏକ ଟିମ ଝାରସୁଗୁଡ଼ା ଆସି ତଦନ୍ତ କରିବେ ବୋଲି ଜଣାପଡ଼ିଛି। ତଦନ୍ତ ପାଇଁ ଟେଲକୋ ପୋଲିସକୁ ଝାରସୁଗୁଡ଼ା ପୋଲିସର ସହାୟତା ପ୍ରଦାନ କରିବ ବୋଲି ଏସପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.