Below header

ଛେଳିକୁ ଦୁଷ୍କର୍ମ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ମହିଳା

ବାଲେଶ୍ବର ଜିଲା ଖଇରା ଥାନା ଅଧିନ ଗଳଗାଁ ଗ୍ରାମରେ ଜଣେ ଅନୁସୂଚିତ ଜନଜାତିର ଯୁବକ ଛେଳି ମାନଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯାଗରେ ଛେଳି ରଖିଥିବା ମହିଳା ପ୍ରମିଳା ବେହେରା ମଙ୍ଗଳବାର ରାତିରେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମଣିଷ ତ ମଣିଷ ପଶୁଙ୍କୁ ବି ଛାଡ଼ୁ ନାହାନ୍ତି । ଶରୀରର ଭୋକ ଏତେ ବଢ଼ି ଯାଉଛି ଯେ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଆଉ ସୁଯୋଗ ପାଇଲେ ପଶୁଙ୍କୁ ବି ମାଡ଼ି ବସନ୍ତି କିଛି ମଣିଷ ରୂପୀ ରାକ୍ଷସ । ନିଜ ଶରୀରର ଭୋକକୁ ମେଣ୍ଟାଇବା ପାଇଁ ଅତି ନିମ୍ନସ୍ଥରକୁ ଚାଲି ଯାଉଛି ଏ ରାକ୍ଷସ । ପାଶବିକ ପ୍ରବୃତିରେ ଭରି ଯାଇଛି ରକ୍ତର ପ୍ରତ୍ୟେକ ବୁନ୍ଦା । ପଶୁ ଠୁ ବି ବି ହୀନ ହୋଇଗଲାଣି ଏ ମଣିଷ । ନିଜ ସ୍ୱାର୍ଥ ପାଇଁ କିଛି ବି କରିଯାଉଛି ଏ ମଣିଷ ।

ଆପଣ ହୁଏତ ଆମର ଏ କଥାକୁ ବୁଝି ପାରୁ ନଥିବେ । କିନ୍ତୁ ଆମେ ଆପଣଙ୍କୁ ଆଜି ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଜାଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେଇ ବସିବେ । କାରଣ ଜଣେ ଯୁବକ ନିଜ ଶରୀରର ଭୋକ ମେଣ୍ଟାଇବାକୁ ଯାଇ ଛେଳି ସହ କରିଛି ଦୁଷ୍କର୍ମ ।

ବାଲେଶ୍ବର ଜିଲା ଖଇରା ଥାନା ଅଧିନ ଗଳଗାଁ ଗ୍ରାମରେ ଜଣେ ଅନୁସୂଚିତ ଜନଜାତିର ଯୁବକ ଛେଳି ମାନଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯାଗରେ ଛେଳି ରଖିଥିବା ମହିଳା ପ୍ରମିଳା ବେହେରା ମଙ୍ଗଳବାର ରାତିରେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳିକି ଦୁଷ୍ମର୍ମ ହୋଇଥିବା ଏକ ଛେଳିକୁ ସାଙ୍ଗରେ ଧରି ଖଇରା ଥାନାର ଦ୍ବାରସ୍ଥ ହୋଇଥିଲେ ମହିଳା । ବର୍ତ୍ତମାନ ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଯୋଗ ଅନୁଯାୟୀ ମହିଳାଙ୍କ ଦିଅର ବିଦେଶରେ ରୁହନ୍ତି । ତେଣୁ ସେ ତାଙ୍କ ଘରର ଦେଖାଶୁଣା କରିବା ପାଇଁ ନିଜ ଘରେ ବୁଧୁ ନାମକ ଆଦିବାସୀ ଯୁବକକୁ ରଖିଥିଲେ । ତାଙ୍କର ଜଣେ ଦିଅରଙ୍କ ଘରେ ରହି ଘର ଦେଖାଶୁଣା କରେ । ଆଉ ସୁଯୋଗ ପାଇ ଛେଳିଙ୍କୁ କରୁଥିଲା ଦୁଷ୍କର୍ମ । ତେବେ ପୂର୍ବରୁ ମଧ୍ୟ ମହିଳାଙ୍କର ୧୦ଟି ଛେଳି ସହ ଏଭଳି ଖରାପ ଆଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣା ଧରା ପଡିବା ପରେ ତାକୁ ଗାଁ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଜରିମାନା ଦେଇ ଆଉ ଏଭଳି କାର୍ଯ୍ୟ ନକରିବାକୁ ପ୍ରତିଶୃତି ଦେଇଥିଲା ଅଭିଯୁକ୍ତ । କିନ୍ତୁ ପୁଣି ଥରେ ରବିବାର ଏହି ଘଟଣାର ପନରାବୃତ୍ତି ହୋଇଛି । ଏଭଳି ଅଭିଯୋଗ ନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ଥାନାକୁ ଆସିଥିବାର ଦେଖାଯାଇଛି । ବର୍ତ୍ତମାନ ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହିଳା ଜଣଙ୍କ ଗରିବ ହୋଇଥିବାରୁ କିଛି ଛେଳି ରଖି ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ତାଙ୍କ ଛେଳି ସହ ଏଭଳି ଅସଦାଚରଣ ହେବା ପରେ ସେ କେତେ ବା ଆଉ ସହିଥାନ୍ତେ । ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.