ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା, ଆସନ୍ତାକାଲି ଠାରୁ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା। ଆସନ୍ତାକାଲି ଠାରୁ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ। ଏଏସଆଇକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ।

ପୁରୀ (କେନ୍ୟୁଜ): ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା। ଆସନ୍ତାକାଲି ଠାରୁ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ। ଏଏସଆଇକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ମରାମତି ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ କ୍ୟୁରୀ। ପ୍ରତିଦିନ ୬ ଘଣ୍ଟା କାମ ହେଲେ ୧୨୦ ଦିନରେ କାମ ଶେଷ ହେବ। ସତ୍ୟପାଠରେ ଏହା ଜଣାଇଛି ଏଏସଆଇ। ମରାମତି କାମ ପାଇଁ ଏଏସଆଇକୁ ସମସ୍ତ ସହାୟତା ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ। ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.