Below header

ସୁନ୍ଦରଗଡ଼: କୁଆରମୁଣ୍ଡା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼(କେନ୍ୟୁଜ୍):  କୁଆରମୁଣ୍ଡା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ । ଅଭିଯୋଗ ଅନୁଯାୟୀ, କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଗତରାତିରେ ୨ ଜଣ ଯୁବତୀଙ୍କୁ ଅଭିଯୁକ୍ତମାନେ ପାଖ ଜଙ୍ଗଲକୁ ଉଠାଇନେଇଥିଲେ । ସେମାନଙ୍କ କବଳରୁ ଜଣେ ଯୁବତୀ କୌଶଳକ୍ରମେ ଖସି ଆସିଥିବା ବେଳେ ଅନ୍ୟ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରାତି ସାରା ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ପକ୍ଷରୁ କୁଆରମୁଣ୍ଡା ଫାଣ୍ଡିରେ ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତକୁ ଜୋରଦାର କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.