ଯାଜପୁର: ମହଙ୍ଗା ପଡିଲା ଛେଳି ଚୋରି, ଖୁଣ୍ଟରେ ବାନ୍ଧିକି ନିସ୍ତୁକ ପିଟିଲେ ଗ୍ରାମବାସୀ

ଯାଜପୁର(କେନ୍ୟୁଜ୍): ଜଣେ ଛେଳି ଚୋରକୁ ଧରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହିତ ପୋଲିସର ଜିମା ଦେଇଛନ୍ତି। ଘଟଣା ଘଟିଛି ଯାଜପୁର ସଦର ଥାନା ଝାଲପଡା ଗ୍ରାମରେ। ମଙ୍ଗଳବାର ବିଳମ୍ବିତ ରାତିରେ ୪ଜଣ ଚୋର ଏକ ଚାରିଚକିଆ ଗାଡ଼ିରେ ଆସି ଜଣକ ଗୁହାଳରୁ ଛେଳି ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଏହି ସମୟରେ ୩ଜଣ ଚୋର ଚାରୋଟି ଛେଳି ସହିତ ଗାଡି ନେଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ରହିଯାଇଥିଲା । ପରେ ଗାଁଲୋକେ ସେହି ଚୋରକୁ ଧରି ଏକ ଖୁଣ୍ଟରେ ବାନ୍ଧି ପକାଇ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ। ଧରା ପଡିଥିବା ଚୋର ଜଣକ କୋରେଇ ଅଂଚଳର ଇମୋ ଖାଁ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.