ବର୍ଷର ସବୁଠାରୁ ବଡ଼ ସାଇବର ଚୋରି, ୧୩ ଲକ୍ଷ ଭାରତୀୟଙ୍କର କ୍ରେଡିଟ ଏବଂ ଡେବିଟ କାର୍ଡର ଡାଟା ଚୋରି

ସିଙ୍ଗାପୁର ସ୍ଥିତ ଏକ ଗ୍ରୁପ ଆଇବି ସୁରକ୍ଷା ଅନୁସନ୍ଧାନର ଟିମ ଡାର୍କ ୱେବରେ କ୍ରେଡିଟ ଏବଂ ଡେବିଟ କାର୍ଡ ବିବରଣୀର ଏକ ବଡ଼ ଡାଟାବେସକୁ ଖୋଜି ବାହାର କରିଛନ୍ତି । ଏହି ଡାଟା ‘INDIA-MIX-NEW-01’ରୂପେ ଅନୁବାଦ କରାଯାଇଛି । ଯାହାକି ଦୁଇଟି ଭର୍ସନରେ ଉପଲବ୍ଧ ଟ୍ରାକ-1 ଓ ଟ୍ରାକ-2 । ଏଥିରେ ୧୩ ଲକ୍ଷରୁ ଅଧିକ ଉପଯୋଗୀମାନଙ୍କର ପେମେଣ୍ଟ ସମ୍ବନ୍ଧିତ ସୂଚନା ସାମିଲ ରହିଛି ।

ପ୍ରଥମେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏଥିରେ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଟ୍ରାକ-2 ଡାଟା ଚୋରି ହୋଇଛି । ଯାହାକି କାର୍ଡର ପଛରେ ଥିବା ମ୍ୟାଗ୍ନେଟିକ ଷ୍ଟ୍ରିପରେ ରହିଥାଏ । ଏଥିରେ ଗ୍ରାହକ ମାନଙ୍କ ପ୍ରୋଫାଇଲ ଏବଂ ଟ୍ରାଞ୍ଜାକ୍ସନର ସମସ୍ତ ସୂଚନା ରହିଥାଏ । ଟ୍ରାକ-1 ଡାଟାରେ କେବଳ କାର୍ଡ ନମ୍ବର ହିଁ ଥାଏ ଯାହାକି ଅତି ସାଧାରଣ କଥା ଅଟେ । ସମ୍ପୂର୍ଣ୍ଣ ଆକାଉଣ୍ଟ ମଧ୍ୟରେ ୯୮ ପ୍ରତିଶତ ଭାରତୀୟ ବ୍ୟାଙ୍କର ଏବଂ ବାକି ଗୁଡିକ କଲମ୍ବିଆନ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନର ରହିଛି ।

ଗ୍ରୁପ ଆଇବି ଦ୍ୱାରା ସେୟାର କରାଯାଇଥିବା ସ୍କ୍ରିନସଟ ଅନୂସାରେ ପ୍ରତ୍ୟେକ କାର୍ଡ ୧୦୦ ଡଲାର(ପ୍ରାୟ ୭୦୯୨ଟଙ୍କା)ରେ ବିକ୍ରି କରାଯାଇଛି । ଯାହାର ସମୁଦାୟ ମୂଲ୍ୟ ୧୩୦ ମିଲିୟନ ଡଲାର (ପାଖାପାଖି ୯୨୧.୯୯କୋଟି ଟଙ୍କା)ରୁ ଅଧିକ ହେବ । ସୂଚନା ଅନୁଯାୟୀ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଡାର୍କ ୱେବରେ ବିକ୍ରି କରିବା ପାଇଁ ରଖାଯାଇଥିବା ସବୁଠାରୁ ବହୁମୂଲ୍ୟ ଫାଇନାନ୍ସିଆଲ ଇନଫର୍ମେସନ ଅଟେ ।

ଗ୍ରୁପ ଆଇବିର ଗବେଷକମାନେ କହିଛନ୍ତି ଯେ ଜୋକର୍ସ ଷ୍ଟାସ ନାମକ ଏକ ଡାର୍କ ୱେବସାଇଟ ଭାରତର ୧୩ ଲକ୍ଷରୁ ଅଧିକ କ୍ରେଡିଟ ଏବଂ ଡେବିଟ କାର୍ଡର ଡାଟା ହ୍ୟାକ କରିଛି । ଯେପରିକି ପୂର୍ବରୁ ZDNet ଦ୍ୱାରା ଏକ ରିପୋର୍ଟ କରାଯାଇଥିଲା ଏବଂ ଗବେଷକ ମାନଙ୍କୁ ଅକ୍ଟୋବର ୨୮ ତାରିଖରେ ଏହି ବିଷୟରେ ସୂଚନା ମିଳିଥିଲା । ଗବେଷକମାନଙ୍କ ଅନୁଯାୟୀ ଏହା ଡାର୍କ ୱେବରେ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ସବୁଠାରୁ ମୂଲ୍ୟବାନ ଡାଟାବେସ ଅପଲୋଡ ମଧ୍ୟରେ ଗୋଟିଏ ।

ଗ୍ରୁପ ଆଇବିର ସିଇଓ ଏବଂ ସଂସ୍ଥାପକ ୱିଲିୟ ସଚକୋବ କହିଛନ୍ତି, ଏହି କ୍ଷେତ୍ରରେ ଡାଟା ଅପଲୋଡ଼ ବହୁତ ଦୁର୍ଲଭ ଅଟେ ଏବଂ ଏହି ଘଟଣା ବିଷୟରେ ଅଧିକାରୀ ମାନଙ୍କୁ ସୂଚନା ଦିଆଯାଇଛି । ଅଣ୍ଡରଗ୍ରାଉଣ୍ଡ ବଜାରରେ ଏହି କ୍ଷେତ୍ରର କାର୍ଡ ବହୁତ ମୂଲ୍ୟବାନ ଏବଂ ଏହା ଗତ ୧୨ ମାସ ମଧ୍ୟରେ ଭାରତୀୟ ବ୍ୟାଙ୍କ ସମ୍ଵନ୍ଧିତ କାର୍ଡ଼ର ସବୁଠାରୁ ବଡ଼ ହ୍ୟାକିଂ ଅଟେ । ଯାହାକି ବଜାରରେ ବିକ୍ରି କରାଯିବା ପାଇଁ ଆସିଛି । ଏହି ଡାଟାବେସ ବିକ୍ରିର ବିପଦକୁ ଆଖି ଆଗରେ ରଖି ଗ୍ରୁପ ଆଇବିର ଇଣ୍ଟେଲିଜେନ୍ସ , ପୂର୍ବରୁ ଗ୍ରାହକ ମାନଙ୍କୁ ସୂଚନା ଦେଇଥିଲେ । ଏହାସହିତ କିଛି ମୁଖ୍ୟ ଅଧିକାରୀଙ୍କ ସହ ଏହି ଡାଟାକୁ ସେୟାର ମଧ୍ୟ କରିଥିଲେ ।

 

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ କେଉଁ ବ୍ୟାଙ୍କ ସହିତ ଏଗୁଡିକ ସେୟାର କରାଯାଇଛି । ଯଦିଓ ଗ୍ରୁପ ଆଇବିର କହିବା ଅନୁଯାୟୀ ୧୮ ପ୍ରତିଶତରୁ ଅଧିକ କାର୍ଡ ସିଙ୍ଗଲ ଭାରତୀୟ ବ୍ୟାଙ୍କ ସହିତ ସମ୍ବନ୍ଧିତ ଥିଲା । ଅଧିକ ସୂଚନା ପାଇଁ ଆମେ ସାଇବର ସୁରକ୍ଷା କମ୍ପାନୀକୁ ସୂଚନା ମାଗିଛୁ ଏବଂ ସୂଚନା ମିଳିବା ମାତ୍ରେ ଆମେ ସଙ୍ଗେସଙ୍ଗେ ଲୋକମାନଙ୍କୁ ଜଣାଇଦେବୁ ।

Image result for 1-3-million-indian-payment-card-details-up-for-sale-on-dark-web

ଜୋକର୍ସ ଷ୍ଟାସ : ସବୁଠାରୁ ପୁରୁଣା କାର୍ଡ ହ୍ୟାକର୍ସ

ଜୋକର୍ସ ଷ୍ଟାସ ପଛରେ ରହିଛି ଫିନ-7 ସଂଗଠନ । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଡାଟା ବିକ୍ରିକରି ୭୦୦୦କୋଟି ଟଙ୍କା ଆୟ କରିସାରିଛି କିନ୍ତୁ ସେମାନେ କିଏ ତାହା ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ଜୋକର୍ସ ଷ୍ଟାସ ଏକ ଅନଲାଇନ ପ୍ଲାଟଫର୍ମ ଅଟେ ଯେଉଁଠି କ୍ରିମିନାଲମାନେ ପେମେଣ୍ଟ କାର୍ଡର ଡିଟେଲସକୁ କିଣାବିକା କରିଥାନ୍ତି । ଏଠାରେ କାର୍ଡ କ୍ଲୋନିଙ୍ଗ ଦ୍ୱାରା ପଇସା ଚୋରି କରାଯାଇଥାଏ । ଏମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରୁ ପ୍ରାୟ ଏକ କୋଟିରୁ ଅଧିକ ଗ୍ରାହକ ମାନଙ୍କର କାର୍ଡ ହ୍ୟାକ କରିସାରିଛନ୍ତି । ଏହି ଗ୍ରୁପ ଟ୍ରମ୍ପ ଆଡମିନିଷ୍ଟ୍ରେସନ ଅଫିସିଆଲର ସୋସିଆଲ ସିକ୍ୟୁରିଟି ନମ୍ବର ପର୍ଯ୍ୟନ୍ତ ବିକ୍ରି କରିସାରିଛି ।

ବଂଚିବାର ଉପାୟ

ବ୍ୟାଙ୍କ ଗ୍ରାହକମାନଙ୍କ ସହିତ କଥା ହେବାପରେ ବ୍ୟାଙ୍କ କାର୍ଡରେ ହେଉଥିବା ବଡ଼ ଧରଣର ଟ୍ରାଞ୍ଜାକ୍ସନକୁ କ୍ଳିଅର କରିବା ଆବଶ୍ୟକ । ଆରବିଆଇର ନିୟମ ଅନୁଯାୟୀ ଯଦି କାର୍ଡ ଦୁରୁପଯୋଗରେ ଉପଭୋକ୍ତାଙ୍କର କୌଣସି ଭୁଲ ନାହିଁ ତାହେଲେ ଏହାର ଭରଣା ବ୍ୟାଙ୍କକୁ ହିଁ କରିବାକୁ ପଡିବ ।

ଗ୍ରାହକ ଟ୍ରାଞ୍ଜାକ୍ସନ କରୁଥିବା କାର୍ଡରେ ସୀମିତ ପଇସା ରଖନ୍ତୁ

ଅସୁରକ୍ଷିତ ୱେବସାଇଟରେ ଟ୍ରାଞ୍ଜାକ୍ସନ କରନ୍ତୁ ନାହିଁ । ଯେଉଁ କାର୍ଡରେ ଟ୍ରାଞ୍ଜାକ୍ସନ କରୁଛନ୍ତି ସେହି କାର୍ଡରେ ସୀମିତ ପଇସା ରଖନ୍ତୁ । ଯଦି କିଛି ସନ୍ଦେହଜନକ ଉଠାଣ ଦେଖୁଛନ୍ତି ତାହେଲେ ତୁରନ୍ତ ପୋଲିସକୁ ଲିଖିତ ଆକାରରେ ସୂଚନା ଦିଅନ୍ତୁ । ଯାହାଦ୍ୱାରା କ୍ଷତି ବ୍ୟାଙ୍କ ହିଁ ଭରଣା କରିବ ।

Image result for 1-3-million-indian-payment-card-details-up-for-sale-on-dark-web

ସରକାରଙ୍କୁ ପେମେଣ୍ଟ ନେଟୱାର୍କ ସୁରକ୍ଷିତ ବନାଇବା ଆବଶ୍ୟକ

ଭାରତର ପେମେଣ୍ଟ ନେଟୱାର୍କ ଅସୁରକ୍ଷିତ ଅଟେ । ଏହାକୁ ସୁରକ୍ଷିତ ରଖିବା ପାଇଁ ରାଷ୍ଟ୍ରୀୟ ସାଇବର ସୁରକ୍ଷା ନୀତି (୨୦୧୩) ସହିତ ଫିକ୍ସ କରାନ୍ତୁ । କଡା ସାଇବର ସୁରକ୍ଷା କାନୁନର ଆବଶ୍ୟକତା ରହିଛି କାରଣ ସାଇବର ସୁରକ୍ଷାର କଳାକୁ ଆପଣେଇବାରେ ଆମେ ଅସଫଳ ରହିଛେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.