ଟି-୧୦ କ୍ରିକେଟରେ ଯୋଡ଼ି ହେଲେ ସନି ଲିଓନି, ସମ୍ଭାଳିବେ ଏହି ଗୁରୁ ଦାୟିତ୍ୱ

ନଭେମ୍ବରରେ ଆରମ୍ଭ ହେବାକୁ ଥିବା ଟି-୧୦ କ୍ରିକେଟ୍ ଲିଗ୍‌ରେ ହଟ୍ ଏବଂ ସେକ୍ସି ଅଭିନେତ୍ରୀ ସନି ଲିଓନିଙ୍କର ମଧ୍ୟ ଏଣ୍ଟ୍ରି ହୋଇଛି। ସନି ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡ ଆମ୍ବାସାଡାର ବନିଛନ୍ତି। ଦିଲ୍ଲୀ ବୁଲ୍ସର କୋଓନର ରିଜଓ୍ଵାନ୍ ସାଜନ ଏ ନେଇ କହିଛନ୍ତି, ସନିଙ୍କର ସବୁଠାରୁ ଭଲ ଗୁଣ ହେଲା, ସେ କେବେ ବି କୌଣସି ଜିନିଷକୁ ନାଁ ବୋଲି କୁହନ୍ତିନି। ତାଙ୍କର ଏହି ଜୋଶ୍ ଆମକୁ ଭଲ ଲାଗିଲା। ଆମେ ଏହି ମଉକାରେ ନିଜ ଟିମ୍‌ର ଜର୍ସି ଏବଂ ଆନ୍ଥେମ୍ ମଧ୍ୟ ଲଞ୍ଚ୍ କରିଛୁ। ଆମେ ନୂଆ ନାଁ ବ୍ୟବହାର କରିଛୁ, କିନ୍ତୁ ଫ୍ୟାଶନ ଏବଂ ପ୍ରତିଶ୍ରୁତି ସେହି ପୁରୁଣା ରହିଛି।

sunny2

ସାଜନ ଆହୁରି କହିଥିଲେ, ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡ ଆମ୍ବାସାଡାର ହେବାରେ ମୁଁ ସନି ଲିଓନିଙ୍କୁ ଧନ୍ୟବାଦ ଜଣାଉଛି। ମୋତେ ଲାଗିଥାଏ, ତାଙ୍କ ପାଖରେ ଏକ କ୍ଲାସ୍ ରହିଛି, ଯାହାକି ଗ୍ଲାମର ଏବଂ ବଡ଼ ଫ୍ୟାନ୍ ଫଲୋଇଙ୍ଗ୍ ସହ ତାଳମେଳ ରଖିଥାଏ।

ଏହାସହ ପଢ଼ନ୍ତୁ: ଏହି ୧୬ଟି ଟିମ୍ ମଧ୍ୟରେ ହେବ ଓ୍ଵାର୍ଲ୍ଡ ଟି-୨୦, ପ୍ରଥମ ଥର ଖେଳିବାକୁ ଯାଉଛନ୍ତି ଦୁଇଟି ଦେଶ

ସେପଟେ ଦିଲ୍ଲୀ ବୁଲ୍ସ ସହ ଯୋଡ଼ି ହୋଇ ସନି ମଧ୍ୟ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆବେଗ ଏବଂ ଗର୍ବ ରଖୁଥିବା ଏହି ଟିମ୍ ସହ ଯୋଡ଼ି ହେବା ମୋତେ ବହୁତ ଖୁସି ଦେଉଛି। ବ୍ୟକ୍ତଗତ ରୂପରେ ମୋତେ ଜର୍ସି ରଙ୍ଗ ପସନ୍ଦ ଆସୁଛି। ନିଜ ଟିମ୍ ଦିଲ୍ଲୀ ବୁଲ୍ସ ପାଇଁ ଶୁଭକାମନା ଜଣାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.