Below header

ଅନୁଗୁଳ: ପୁଣି ମୃତଦେହରୁ ତାଡି ନେଲେ ଆଖି

ଅନୁଗୁଳ(କେନ୍ୟୁଜ୍): ମୃତଦେହରୁ କିଏ ତାଡି ନେଉଛି ଆଖି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରୁ ପୁଣି ଆସିଲା ଅଭିଯୋଗ । ହସ୍ପିଟାଲ ଶବାଗାରରୁ ମୃତ ଯୁବକଙ୍କ ଆଖି ଗାଏବ ହୋଇଯାଇଛି । ମୃତକଙ୍କ ବାମପଟ ଆଖି କେହି ତାଡି ନେଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ। ମୃତକ ଜଣକ ହେଲେ କୁଶକିଳା ଗାଁର ଜମ୍ବେଶ୍ୱର ନାୟକ। ଗତକାଲି ଦୁର୍ଘଟଣାରେ ଜମ୍ବେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ଶାବାଗାରରେ ରଖାଯାଇଥିଲା। ତେବେ ଆଜି ସକାଳେ ତାଙ୍କ ବାମ ଆଖି ନଥିବା ପରିବାରଲୋକେ ଦେଖିଥିଲେ। ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତଦନ୍ତ ନହେବା ପର୍ଯ୍ୟନ୍ତ ମୃତଦେହକୁ ପରିବାରଲୋକେ ନ ଛାଡିବା ପାଇଁ ଅଡି ବସିଛନ୍ତି। ଗତ ୧୯ ତାରିଖରେ ମଧ୍ଯ ହସ୍ପିଟାଲ ଶବାଗାରରୁ ମୃତ ଶିଶୁ କନ୍ୟାର ଆଖି ଗାଏବ ହୋଇଯାଇଥିଲା। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଏହା ସାରା ରାଜ୍ଯରେ ଘଟଣାଟି ଚର୍ଚ୍ଚିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.