ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର ମରାମତି କାମ ପାଇଁ ସ୍ଥିତି ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ସେନସର ଲାଗୁ କରାଯାଇଥିବା ବେଳେ ୨ ମାସ ମଧ୍ୟରେ ଏହାର ରିପୋର୍ଟ ଆସିବ। ଏହା ପରେ ନାଟ ମଣ୍ଡପର ପରବର୍ତ୍ତୀ କାର୍ଯ୍ୟ କରାଯିବ। ଭିନ୍ନକ୍ଷମ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ଏକ ସ୍ୱତନ୍ତ୍ର ପ୍ରବେଶ ପଥ କରିବାକୁ ନିଷ୍ପତ୍ତି ହୋଇଛି । ଏକ ମାସ ମଧ୍ୟରେ ଏହି କାମ ଶେଷ ହେବ ବୋଲି ଏନ.କେ ମହାନ୍ତି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସେପଟେମ୍ବର ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.