Below header

କେନ୍ଦୁଝର: ବାଂଶପାଲୀ ଟୋଲଗେଟ ବସ୍ତି ନିକଟରୁ ନିଖୋଜ ଶିଶୁର ଖପୁରୀ ଉଦ୍ଧାର ପରେ ଚାଞ୍ଚଲ୍ୟ, ବଡବିଲ ଏସଡିପିଓଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ତଦନ୍ତ ଆରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବାଂଶପାଲୀ ଟୋଲଗେଟ ବସ୍ତି ନିକଟରୁ ନିଖୋଜ ଶିଶୁର ଖପୁରୀ ଉଦ୍ଧାର ପରେ ଚାଞ୍ଚଲ୍ୟ । ଗତ ଜାନୁଆରୀ ୧୯ ତାରିଖରେ ଶିଶୁର ପାଦ ଉଦ୍ଧାର ହୋଇଥିଲା । ଉଦ୍ଧାର ହୋଇଥିବା ଗଳିତ ପାଦ ଓ ଖପୁରୀ ନିକଟରେ ଥିବା ବସ୍ତିିର ସାଢେ ୩ ବର୍ଷର ଶିଶୁ ରେହିତ ଓରାମର ବୋଲି ତାର ମା’ ଶଶି ଓରାମ ଦାବି କିରିଛନ୍ତି । ଗତବର୍ଷ ଡିସେମ୍ବର ୧୫ ତାରିଖରେ ମା’ ଶଶି ଓରାମ ପୁଅକୁ ଖାଇବାକୁ ଦେଇ ବାହାରକୁ ଯାଇଥିବା ବେଳେ କେହି ଦୁବୃତ୍ତ ଶିଶୁକୁ ଅପହରଣ କରିଥିଲା । ଏ ନେଇ ଯୋଡା ଥାନାରେ ଶିଶୁର ଜେଜେ ଅଭିଯୋଗ କରିଥିଲେ । ହତ୍ୟା ପଛରେ ସମ୍ପର୍କୀୟଙ୍କ ହାତଥିବା ପରିବାର ଲୋକ ଅଭିଯୋଗ କରିିଥିଲେ ବି ପୋଲିସ ଅଭିଯୁକ୍ତଙ୍କ ସଂପର୍କରେ ଟେର ମିଳିନି । ସେପଟେ ଘଟଣା ସ୍ଥଳରେ ବଡବିଲ ଏସଡିପିଓଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.