Below header

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖ ଟ୍ରାଫିକ୍‌ ଛକରେ ଆମ୍ବୁଲାନ୍ସ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍

ଭୁବନେଶ୍ବର: ଆମ୍ବୁଲାନ୍ସ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖ ଟ୍ରାଫିକ୍‌ ଛକରେ । ରାତି ପାଖାପାଖି ୭ଟା ୪୫ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଜି ଛକ ପଟୁ ନବୀନ ନିବାସକୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ । ହଠାତ୍‌ କ୍ୟାପିଟାଲ ହସ୍ପିଟାଲ ନିକଟରେ ଛିଡ଼ା ହୋଇଥିବା ଟ୍ରାଫିକ୍‌ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇ ଦେଇଥିଲେ।

କିଛି ସମୟ ପରେ ଜଣେ ରୋଗୀକୁ ନେଇ ଆମ୍ବୁଲାନ୍ସ ଶିଶୁଭବନ ଛକ ପଟୁ ହସ୍ପିଟାଲ ଭିତରକୁ ପ୍ରବେଶ କରିଥିଲା । ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ପାଇଁ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ଗୁଡିକ ଫସି ରହୁଛି । ଏପରିକି ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡୁ ନଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏପରି କ୍ଷେତ୍ରରେ ନିଜେ ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍ସକୁ ବାଟ ଛାଡି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.