Below header

ପୁଣି ଡେଥ୍‌ ଓ୍ଵାରେଣ୍ଟ ଉପରେ ଲାଗିପାରେ ରୋକ୍‌: ଦୋଷୀ ପଓ୍ଵନର ଆବେଦନ ଉପରେ ଆଜି ଶୁଣାଣି, ଟ୍ରାଏଲ କୋର୍ଟରେ ଆବେଦନ କରିଛି ଅକ୍ଷୟ ସିଂ ଓ ପଓ୍ଵନ ଗୁପ୍ତା

ନୂଆଦିଲ୍ଲୀ: ପୁଣି ଡେଥ୍‌ ଓ୍ଵାରେଣ୍ଟ ଉପରେ ଲାଗିବ କି ରୋକ୍‌? ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବା ବେଳେ ଅକ୍ଷୟ ସିଂ ଓ ପଓ୍ଵନ ଗୁପ୍ତା ଟ୍ରାଏଲ କୋର୍ଟ ଯାଇଛନ୍ତି । ମାର୍ଚ୍ଚ ୩ ତାରିଖ ଫାଶୀ ଓ୍ଵାରେଣ୍ଟ ଉପରେ ରୋକ୍‌ ଲଗାଇବାକୁ ଆବେଦନ କରିଛନ୍ତି । ସମସ୍ତ ୪ ଦୋଷୀଙ୍କ ଫାଶୀ ଉପରେ ରୋକ୍‌ ଲଗାଇବାକୁ ଆବେଦନ କରିଛନ୍ତି । ଏହି ଆବେଦନ ଉପରେ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଠାରୁ ଜବାବ ଚାହିଁଛନ୍ତି ଟ୍ରାଏଲ କୋର୍ଟ ।

nirbhayaଆଜି ସୁଦ୍ଧା ଉତ୍ତର ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଆଜି ଶୁଣାଣି ହେବ। ଦୋଷୀଙ୍କ ଓକିଲ ଏ.ପି ସିଂ ଆବେଦନରେ ଦର୍ଶାଇଥିଲେ, ରାଷ୍ଟ୍ରପତିଙ୍କ ପାଖରେ ଦୟା ଆବେଦନ କରାଯାଇଛି । ଏହା ବିଚାରାଧୀନ ରହିଛି । ସେ ଯୁକ୍ତି ରଖିଛନ୍ତି ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବା ଅକ୍ଷୟ ସିଂର ଦୟା ଆବେଦନରେ ସଂପୂର୍ଣ୍ଣ ବିବରଣୀ ନଥିଲା । ସେହିପରି ପଓ୍ଵନ ଗୁପ୍ତା ଦର୍ଶାଇଛି ଯେ, ସୁପ୍ରିମକୋର୍ଟରେ ତାର କ୍ୟୁରେଟିଭ୍‌ ପିଟିସନ୍‌ ବିଚାରାଧୀନ ରହିଛି । ମାର୍ଚ୍ଚ ୩ ତାରିଖରେ ୪ ଜଣଙ୍କୁ ଫାଶୀ ପାଇଁ ଜାରି ହୋଇଥିଲା ଡେଥ୍‌ ଓ୍ଵାରେଣ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.