ଇନଷ୍ଟାଗ୍ରାମରେ ୩ କୋଟି ଫଲୋଅର୍ସଙ୍କୁ ଦେଖି ଏମିତି ରିଆକସନ୍‌ ଦେଲେ ସଲମାନ୍‌ ଖାନ୍‌, ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କ ଫ୍ୟାନ୍‌ ଫଲୋଇଂ ଭାରତ ସମେତ ପୂରା ଦୁନିଆରେ ରହିଛି। ତାଙ୍କ ଫିଲ୍ମକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୁପରଷ୍ଟାର ସଲମାନ ଖାନଙ୍କ ୩ କୋଟି ଫଲୋଅର୍ସ ହୋଇଯାଇଛନ୍ତି। ଏହି ଫଲୋଅର୍ସଙ୍କୁ ଦେଖି ସଲମାନ ତାଙ୍କ ଫ୍ୟାନ ପାଇଁ ଏକ ‘ଥ୍ୟାଙ୍କ୍‌ ୟୁ’ ଭିଡିଓ ପୋଷ୍ଟ କରିଛନ୍ତି।

୮୦ ଦଶକରୁ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ସଲମାନ ଖାନ ନିଜର ଫ୍ୟାନଙ୍କ ପାଇଁ ଏକ ବହୁତ ସୁନ୍ଦର ଧନ୍ୟବାଦ ଭିଡିଓ ପୋଷ୍ଟ କରିଛନ୍ତି। ସେ ବୁମେରାଙ୍ଗ ଭିଡିଓ ପୋଷ୍ଟ କରଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି ‘ଉଇ ମା’ ୩ କୋଟି!ସମସ୍ତଙ୍କୁ ଧନ୍ୟବାଦ।’

ସଲମାନଙ୍କର ଏହି ଭିଡିଓକୁ ଲୋକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ଫ୍ୟାନ ତ କହିଛନ୍ତି ‘ଲଭ୍‌ ୟୁ ସଲମାନ ଖାନ୍‌’, ସେହିପରି ଅନ୍ୟ ଜଣେ ଫ୍ୟାନ୍‌ କହିଛନ୍ତି, ‘ଓହୋ ସ୍ୱାଗ’। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ‘ମୁଁ ଆପଣଙ୍କର ବହୁତ ବଡ ଫ୍ୟାନ୍‌’। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଗବସ ୧୩ର ସୁଟିଂ ପରେ ସଲମାନ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.