ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ, ଦିଲ୍ଲୀ ହିଂସା ପରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଜିଦିରେ କଂଗ୍ରେସ

ନୂଆଦିଲ୍ଲୀ: ଆଜିଠୁ ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ବିିିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ଦିଲ୍ଲୀ ଦଙ୍ଗା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଜିଦିରେ ଅଡି ବସିଛି କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବୋଲି ଲୋକସଭାର କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ଲଗାତର ଭାବେ ତିନି ଦିନ ଧରି ଦଙ୍ଗା ହେବା ପରେ ନିୟନ୍ତ୍ରଣ ଲାଗି ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୃହ ମନ୍ତ୍ରଣାଳୟର ନାକ ତଳେ ଦିଲ୍ଲୀରେ ହିଂସା ଚାଲିଥିବା ବେଳେ ପୋଲିସକୁ କାହିଁକି ନିରବ ରହିବାକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହିନ୍ଦୁ ମୁସଲମାନ ବିଭାଜନ ରାଜନୀତି କରି ଦିଲ୍ଲୀରେ ହିଂସା କରାଯାଇଛି । ଏବେ ପଶ୍ଚିମବଂଗକୁ ଟାର୍ଗେଟ କରାଯାଇଛି ବୋଲି ଅଧିର ରଂଜନ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.