ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ପତ୍ତା : ଜେନାପୁର ରେଳ ଷ୍ଟେସନରୁ ଉଦ୍ଧାର କଲା ପୋଲିସ

ମିଳିଲା ନିଖୋଜ ପୁଅର ପତ୍ତା। ୯ ଦିନ ପରେ ପୁଅକୁ ଫେରିପାଇଛନ୍ତି ବାପା ମା। ଯାଜପୁର ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ଭୁବନେଶ୍ୱର ମୈତ୍ରୀବିହାର ପୋଲିସ। ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରି ଥାନା ଆଗରେ ଧାରଣାରେ ବସିଥିଲେ। ଏନେଇ ଥାନାରେ ଅପହରଣ ମାମଲା ରୁଜୁ ପରେ ପୁଅକୁ ଖୋଜୁଥିଲା ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ମିଳିଲା ନିଖୋଜ ପୁଅର ପତ୍ତା। ୯ ଦିନ ପରେ ପୁଅକୁ ଫେରିପାଇଛନ୍ତି ବାପା ମା। ଯାଜପୁର ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ଭୁବନେଶ୍ୱର ମୈତ୍ରୀବିହାର ପୋଲିସ। ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରି ଥାନା ଆଗରେ ଧାରଣାରେ ବସିଥିଲେ। ଏନେଇ ଥାନାରେ ଅପହରଣ ମାମଲା ରୁଜୁ ପରେ ପୁଅକୁ ଖୋଜୁଥିଲା ପୋଲିସ।

ପୁଅ ମିଳିବା ପରେ କମିଶନରେଟ୍‌ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଭୁବନେଶ୍ୱରରୁ ଯାଜପୁରକୁ କିଭଳି ଗଲା ସେନେଇ ତନାଘନା ଚଳାଇଛି ପୋଲିସ। ଗତ ଗୁରୁବାର ନିଖୋଜ ହୋଇଯାଇଥିଲେ । ଏହାପରେ ବାପା ମାଙ୍କ ମୋବାଇଲ ଫୋନ୍‌କୁ ଧମକପୂର୍ଣ୍ଣ ମେସେଜ୍‌ ଆସୁଥିଲା। ୩ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରିପାଇବ ବୋଲି ଫୋନ୍‌ ଆସୁଥିଲା।