Below header

ନାବାଳକ ଭାଇ ଆଗରେ ନାବାଳିକା ଭଉଣୀକୁ ଅସଦାଚରଣ: ଉଲଗ୍ନ କରି କଲେ ଭିଡିଓ ସୁଟିଂ, ଜଣେ ଅଟକ

ପୁରୀ : ରାସ୍ତାରେ ଯାଉଥିବା ଭାଇ ସମ୍ମୁଖରେ ନାବାଳିକା ଭଉଣୀକୁ ଅଟକାଇ ଅସଦାଚରଣ । ତିନିଜଣ ଯୁବକ ଅସଦାଚରଣ କରିବା ସହିତ ଜବରଦସ୍ତ ମୋବାଇଲ୍‌ରେ ଭିଡିଓ ସୁଟିଂ କରିଥିବା ନେଇ ଆସିଛି ଅଭିଯୋଗ। ଏ ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଦିଆଯାଇଥିଲା ଧମକ । ଏ ନେଇ ପୁରୀ ଜିଲ୍ଲା କାକଟପୁର ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ଖବର ମୁତାବକ, ଜଣେ ୧୫ ବର୍ଷର ନାବାଳକ ସହିତ ତା’ର ୧୩ ବର୍ଷିୟା ନାବାଳିକା ଭଉଣୀ  ନୀଳକଣ୍ଠପୁର ଗ୍ରା‌ମରେ ରହୁଥିବା  ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ ସେମାନଙ୍କୁ କଣ୍ଟାପଡ଼ା ବରୋଦା ବ୍ୟାଙ୍କ ନିକ‌ଟରେ କଣ୍ଟାପଡ଼ା ବସା ଉପର ବସ୍ତିର ତିନିଜଣ ଯୁବକ ଅଟକାଇ ଅସଦାଚରଣ କରିବା ସହ ଡ୍ରେସ୍‌ ଖୋଲି ନଗ୍ନ ଫଟୋ ଉଠାଇବା ସହ ଭିଡ଼ିଓ ସୁଟିଂ କରିଥିଲେ।

ଏନେଇ ଘରକୁ ଫେରି ଉଭୟ ଭାଇଭଉଣୀ ସମସ୍ତ ଘଟଣା କହିବାରୁ ପରିବାର ଲୋକେ ଏ ନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତକୁ ଦଣ୍ଡ ଦେବାକୁ ଗୁହାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.