Below header

ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ‘ଦେବସେନା’, ବାହୁବଲୀଙ୍କ ସହିତ ଏତେ ବର୍ଷ ଧରି ରହିଛି ଆଫେୟାରର ଚର୍ଚ୍ଚା

ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ବହୁତ ଅଧିକ। ଯଦିଓ ଏପଯ୍ୟର୍ନ୍ତ ଅନୁଷ୍କା ବଲିଉଡରେ ଡେବ୍ୟୁ କରିନାହାଁନ୍ତି ତଥାପି ବଲିଉଡରେ ବି ତାଙ୍କର ଦିଓ୍ଵାନା କମ୍‌ ନୁହଁନ୍ତି। ଅନୁଷ୍କାର ଜନ୍ମ ୭ ନଭେମ୍ବର ୧୯୮୧ ମସିହା ଆଜିର ଦିନରେ ହୋଇଥିଲା। ଅନୁଷ୍କା ଚଳିତ ବର୍ଷ ନିଜର ୩୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଅନୁଷ୍କାଙ୍କ ଜନ୍ମଦିନ ମଉକାରେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ରୋଚକ କଥା ଜଣାଇବୁ, ଯାହାକୁ ବୋଧହୁଏ ଆପଣ ପୂର୍ବରୁ ଜାଣିନଥିବେ।

ଅନୁଷ୍କା ସେଟ୍ଟୀଙ୍କ ଅସଲୀ ନାମ ସ୍ୱିଟି ସେଟ୍ଟୀ। ଫିଲ୍ମରେ ଆସିବା ପରେ ସେ ନିଜର ନାମ ଅନୁଷ୍କା ରଖିନେଇଥିଲେ। ଅନୁଷ୍କା ବର୍ଷ ୨୦୦୫ରେ ଫିଲ୍ମ ‘ସୁପର’ରେ ଡେବ୍ୟୁ କରିଥିଲେ। ତାଙ୍କ ପରିବାରରେ କେହି ବି ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିନାହାଁନ୍ତି। ତଥାପି ଆଜି ଅନୁଷ୍କା ନିଜର ପରିଶ୍ରମ ଏବଂ ଚେଷ୍ଟା ବଳରେ ଉଚ୍ଚ ନାମ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି। ଫିଲ୍ମରେ ଆସିବା ପୂର୍ବରୁ ଅନୁଷ୍କା ବହୁତ ଫିଟ୍‌ ଥିଲେ, ଆଉ ଏହାର କାରଣ ହେଉଛି ତାଙ୍କର ପ୍ରଫେସନ୍‌।

anuଫିଲ୍ମରେ ଆସିବା ପୂର୍ବରୁ ଅନୁଷ୍କା ସେଟ୍ଟୀ ମାଙ୍ଗାଲୁରୁରେ ଏକ ଯୋଗ ଇଷ୍ଟ୍ରକଟର ଭାବେ କାମ କରୁଥିଲେ। ତାଙ୍କର ସୁନ୍ଦରତାକୁ ଦେଖି ଜଣେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମ ଅଫର କଲେ। ଯାହାପରେ ଅନୁଷ୍କା ବର୍ଷ ୨୦୦୫ରେ ନିଜର ପ୍ରଥମ ଡେବ୍ୟୁ ଫିଲ୍ମ ‘ସୁପର’କରିଥିଲେ। ଏହାପରେ ଅନୁଷ୍କା କେବେବି ପଛକୁ ଚାହିଁ ନାହାଁନ୍ତି। ସେ ଲଗାତର ଅନେକ ତେଲୁଗୁ ଫିଲ୍ମରେ କାମ କଲେ। ଏପର୍ଯ୍ୟନ୍ତ ତାଙ୍କ ଫିଲ୍ମର ସବୁଠାରୁ ବଡ ହିଟ୍‌ ରହିଛି ‘ବାହୁବଲୀ ୨’।

anuska‘ବାହୁବଲୀ’ରେ ତାଙ୍କ ଅଭିନିତ ‘ଦେବସେନା’ ଭୂମିକା ବହୁତ ପପୁଲାର ହୋଇଥିଲା। ତାଙ୍କୁ ଫିଲ୍ମରେ ଏହି ଚରିତ୍ରରେ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ପ୍ରଭାସ ଏବଂ ଅନୁଷ୍କାଙ୍କ ଅଫେୟାରକୁ ନେଇ ବହୁତ ଚର୍ଚ୍ଚା ବି ହୋଇଛି। କିନ୍ତୁ ଏହାକୁ ନେଇ ଅନୁଷ୍କା ନିକଟରେ ନିଜ ବୟାନ ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଭାସ ହେଉଛନ୍ତି ତାଙ୍କ ୩ ବାଲା ବନ୍ଧୁ। ଏବଂ ସେ ଏହା ବି କହିଛନ୍ତି ଯେ ସେ ପ୍ରଭାସଙ୍କୁ ଦୀର୍ଘ ୧୫ ବର୍ଷ ହେଲା ଜାଣିଛନ୍ତି। ପ୍ରଭାସ ତାଙ୍କର ଏମିତି ଜଣେ ବନ୍ଧୁ ଯାହାଙ୍କ ସହିତ ସେ ସକାଳ ୩ଟା ପର୍ଯ୍ୟନ୍ତ ବି କଥା ହୋଇପାରିବେ।

prabhsଅନୁଷ୍କା ଫିଲ୍ମ ‘ବିଲ୍ଲା’ରେ ପ୍ରଭାସଙ୍କ ସହିତ ପ୍ରଥମେ କାମ କରିଥିଲେ। ପ୍ରଭାସ ଅନୁଷ୍କାଙ୍କୁ ପ୍ରଥମ ଦେଖାରେ ହିଁ ତାଙ୍କର ଦିଓ୍ଵାନା ହୋଇଯାଇଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଅଫେୟାରର ଖବର ସାମ୍ନାକୁ ଆସିବାକୁ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.