ନିଆଁ ଲାଗିବା ସୂଚନା ପାଇ ମାଲିକକୁ ଏପରି ସଚେତନ କରାଇଲା ଶୁଆ, ଜାଣନ୍ତୁ ତା’ପରେ କଣ ଘଟିଲା

ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ନିଜର ପୋଷା ଶୁଆ ଯୋଗୁ ଏକ ଭୟଙ୍କର ଅଗ୍ନିକାଣ୍ଡରୁ ବଞ୍ଚି ଯାଇଥିବାର ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ଗତ ବୁଧବାର ଦିନ ଏଂଟୋନ ଗୁୟେନ ଶୋଇଥିବା ବେଳେ ବ୍ରିସବେନ ସ୍ଥିତ ତାଙ୍କ ବାସ ଭବନରେ ନିଆଁ ଲାଗିଥିଲା ସୌଭାଗ୍ୟବସତଃ ନିଆଁ ବ୍ୟାପିବା ପୂର୍ବରୁ ମାଲିକକୁ ରକ୍ଷା କରିବା ପାଇଁ ପୋଷା ଶୁଆଟି ଆଲାର୍ମ ବଜାଇ ଜାଗ୍ରତ କରିଥିଲା। କିନ୍ତୁ ଆଲାର୍ମ ଶଦ୍ଦ ମାଲିକଙ୍କୁ ଶୁଣାଯାଇନଥିଲା। ଏହାପରେ ଶୁଆଟି ଜୋରରେ ଚିତ୍କାର କରିବା ପରେ ମୋ ନିଦ ଭାଙ୍ଗିଥିଲା ଓ ମୁଁ ବାହାରକୁ ଆସିଥିଲି ବୋଲି ମାଲିକ ଶ୍ରୀ ଗୁୟେନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

parrot1ଏହାପରେ ମୁଁ ଶୁଆକୁ ଧରି କବାଟ ଖୋଲି ଦେଖିବା ବେଳକୁ ନିଆଁ ଲାଗିଥିବାର ଜାଣିବାକୁ ପାଇବା ପରେ ତଳକୁ ଓହ୍ଲାଇ ଯାଇଥିଲି। ଏନେଇ କ୍ୱିଂସଲ୍ୟାଣ୍ଡ ଫାୟାର ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଇନ୍ସପେକ୍ଟର କ୍ୟାମେରନ୍‌ ଥୋମାସ୍‌ କହିଛନ୍ତି, ଚତୁର ଶୁଆଟି ବାରମ୍ବାର ମାଲିକର ନାଁ ଧରି ସଚେତନ କରିବାକୁ ଚେଷ୍ଟା କରିଥିଲା।

ଅଗ୍ନିଶମ ବିଭାଗ ନିଆଁକୁ ଅନ୍ୟ ଘରେ ବ୍ୟାପିବାକୁ ରୋକିବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ନିଆଁ କେଉଁ କାରଣରୁ ଲାଗିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.