ବ୍ରହ୍ମପୁର ମଣ୍ଡଳ କାରାଗାରରେ କଟିଲା ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ପ୍ରଥମ ରାତି

ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରରେ କଟିଲା ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ପ୍ରଥମ ରାତି। SDJM କୋର୍ଟରେ ହାଜର ପରେ ତାଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଇ ଦିଆଯାଇଥିଲା। ଜେଲ୍ରେ ସେ ୩ ଦିନ ରହିବେ।
ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ମାମଲାରେ ଗତକାଲି ପ୍ରଦୀପଙ୍କୁ ଝାରପଡ଼ା ଜେଲରୁ ନେଇଥିଲା ବ୍ରହ୍ମପୁର ପୋଲିସ । ପ୍ରଦୀପଙ୍କ ନାଁରେ ୩ଟି ମାମଲାରେ ରିମାଣ୍ଡ ଲାଗିଛି। ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଜେଲରେ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।