Below header

ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ତୋଷାଳୀ ମେଳା ଉଦ୍‌ଯାପିତ

ଭୁବନେଶ୍ବର: ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ତୋଷାଳୀ ମେଳା ଉଦ୍‌ଯାପିତ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ମେଳାରେ ଚଳିତ ବର୍ଷ ୧୨କୋଟିରୁ ଅଧିକ ବେପାର ହୋଇଛି। ଜାନୁଆରି ୨୧ତାରିଖରୁ ଆରମ୍ଭ ହୋଇଥିଲା ପଞ୍ଚଦଶ ତୋଷାଳୀ ମେଳା।

ମେଳାରେ ୨୭୦ଟି ଷ୍ଟଲ ସ୍ଥାନ ପାଇଥିଲା। ଏଥିରେ ୧୬୦ଟି ହସ୍ତଶିଳ୍ପ ଓ ୧୧୦ଟି ହସ୍ତତନ୍ତ ଷ୍ଟଲ ଭାଗ ନେଇଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କାରିଗତ ଓ ବୁଣାକାର ଏଥିରେ ସାମିଲ ହୋଇଥିଲେ। ୧୫ଦିନ ଧରି ମେଳାର ମଜା ଉଠାଇଥିଲେ ଲୋକେ। ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ମେଳା ବୁଲିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.