ପାରାଦୀପ: ଅଭିଯୁକ୍ତକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ଏଏସଆଇ, ୭ ଅଟକ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲେ ପୋଲିସ୍‌ ଅଧିକାରୀ । ପାରାଦୀପ ଅଭୟଚାନ୍ଦପୁର ପୋଲିସ୍‌ ଦଳେଇ ସାହିକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏଏସଆଇ । ସୂଚନା ଅନୁଯାୟୀ, ଗଡ ଦଳେଇ ସାହିର ତ୍ରିନାଇ ଲେଙ୍କାଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା ।

ହେଲେ ଦୀର୍ଘଦିନରୁ ତ୍ରିନାଥ ଫେରାର ଥିଲେ । ତେବେ ତ୍ରିନାଥ ଗାଁକୁ ଆସିଥିବା ଖବର ପାଇବା ପରେ ପୋଲିସ୍‌ର ଏକ ଟିମ୍‌ ଗାଁରେ ଚଢଉ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରି ଗାଡିରେ ବସାଉଥିବା ବେଳେ ହଠାତ୍‌ ଗ୍ରାମବାସୀ ପୋଲିସ ଉପରକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଏସପିଙ୍କ ସମତେ ଲକ୍‌ ଥାନା ଆଇଆଇସି ପହଞ୍ଚି ଗାଁକୁ ସିଲ୍‌ କରିଥିବା ଜଣାପଡିଛି । ଆକ୍ରମଣ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ଲକ୍‌ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.