Below header

ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

ରାତିଅଧରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଅସହାୟ ହୋଇପଡ଼ିଥିବା ପରିବାରବର୍ଗଙ୍କ ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର ।

ଭୁବନେଶ୍ୱର : ରାତିଅଧରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଶେଷ ରୀତିନୀତି ସମ୍ପନ୍ନ କରିବାକୁ ଅସହାୟ ହୋଇପଡ଼ିଥିବା ପରିବାରବର୍ଗଙ୍କ ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର ।

ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳ ତାରିଣୀ ବିଜୁ ଆଦର୍ଶ କଲୋନୀର ଜଣେ ୮୩ ବର୍ଷ ବୟସ୍କା ବୃଦ୍ଧା ଛାୟା ବେହେରା ଗତକାଲି ମଧ୍ୟରାତ୍ରିରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଭୁବନେଶ୍ୱର ଆସିବା ପରେ, ଛାୟା ଘର ଚଳାଇବା ପାଇଁ ପର ଘରେ ବାସନ ମାଜୁଥିଲେ । ବୟସ ଗଡ଼ିବା ସହ ଯେତେବେଳେ ରୋଗାଗ୍ରସ୍ତ ହେଲେ ତାଙ୍କ ପୁଅ ଓ ନାତି ଏକ ଛୋଟ ଦୋକାନରେ ମକା ବିକ୍ରି କରି ପରିବାର ଚଳାଇବାର ଦାୟିତ୍ଵ ନେଲେ । ଛାୟା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ । ଗତକାଲି ସେ ପରିବାରବର୍ଗଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ପରିବାରବର୍ଗ ପୂର୍ବରୁ ହିଁ ଅର୍ଥାଭାବରେ ଦିନ କାଟୁଥିଲେ ଓ ଛାୟାଙ୍କ ମୃତ୍ୟୁ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ହୋଇଗଲା ।

ଅସହାୟ ହୋଇ ସେମାନେ ବିଜୁ ଜନତା ଦଳ ତଥା ଓଡ଼ିଶା- ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ବିଳମ୍ବିତ ରାତ୍ରି ହୋଇଥିଲେ ମଧ୍ୟ ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀର ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରିଥିଲେ । ବିଳମ୍ବିତ ରାତ୍ରି ହୋଇଥିବାରୁ ଶେଷକୃତ୍ୟ ନିମନ୍ତେ ଆବଶ୍ୟକ ସରଞ୍ଜାମ ମଧ୍ୟ ଯୋଗାଡ଼ କରି ପାରିନଥିଲେ ପରିବାରବର୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରିକୋଟି ଓଡ଼ିଆଙ୍କୁ ତାଙ୍କ ପରିବାର ମାନନ୍ତି । ଏହି ଉଦ୍ଦେଶ୍ୟରେ, ଓଡ଼ିଶା-ମୋ ପରିବାର ସଦାସର୍ବଦା କର୍ତ୍ତବ୍ୟରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.