Below header

ହାତରେ ଫାଟିଲା ମୋବାଇଲ ବ୍ୟାଟେରୀ, ଢ଼ୋ କି ଶବ୍ଦ ହୋଇ ହେଲା ବଡ ବିସ୍ଫୋରଣ

ମୋବାଇଲଧାରୀ ସାବଧାନ୍‌ । ଏବେ ଫାଟୁଛି ବ୍ୟାଟେରୀ । ଯଦି ଆପଣଙ୍କ ମୋବାଇଲ ବି ସାମାନ୍ୟ କଥାରେ ହିଟ୍‌ ହୋଇଯାଉଛି ।

ଢ଼ୋ କି ଫାଟିଲା । ହାତରେ ହେଲା ଭୟଙ୍କର ବିସ୍ଫୋରଣ । ଚାହୁଁ ଚାହୁଁ ଜୋରରେ ହେଲା ଶବ୍ଦ । କଣ ହେଇଛି ବୋଲି ଦେଖିଲାବେଳକୁ ଜଳିଲାଣି ହାତ । ଯାହାକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ଚକିତ । ମୋବାଇଲଧାରୀ ସାବଧାନ୍‌ । ଏବେ ଫାଟୁଛି ବ୍ୟାଟେରୀ । ଯଦି ଆପଣଙ୍କ ମୋବାଇଲ ବି ସାମାନ୍ୟ କଥାରେ ହିଟ୍‌ ହୋଇଯାଉଛି । କିମ୍ବା ଆପଣଙ୍କର ମୋବାଇଲର ବୟସ ୪ ରୁ ୫ ବର୍ଷ ହୋଇଗଲାଣି । ତାହେଲେ ସତର୍କ ହୁଅନ୍ତୁ ସାବଧାନ ରୁହନ୍ତୁ । ନଚେତ ଆପଣଙ୍କର ବି ହୋଇପାରେ ଏମିତି ଅବସ୍ଥା । ହଁ ହାତରେ ହିଁ ଫାଟିଲା ମୋବାଇଲ ବ୍ୟାଟେରୀ । ଅଳ୍ପକେ ବର୍ତ୍ତିଲା ନାବାଳକ। କାମାକ୍ଷାନଗର ଏନଏସି ସ୍ଥିତ କଲେଜ ରୋଡରେ ଥିବା ଏକ ମୋବାଇଲ ଦୋକାନରେ ଦେଖିବାକୁ ମିଳିଛି ଏଭଳି ଏକ ଭୟଙ୍କର ଘଟଣା।

ଯାହାର ଚିତ୍ର ଏବେ କ୍ୟାମେରାରେ କଏଦ ହୋଇଛି । ଆଉ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି । ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମୋବାଇଲର ଦୋକାନରେ ଦୋକାନୀ ଜଣଙ୍କ ମୋବାଇଲରୁ ବ୍ୟାଟେରିଟି ଖୋଲିକି ତଳେ ରଖୁଛନ୍ତି । ଆଉ ଠିକ୍‌ ସେତିକିବେଳେ ସେଠାରେ ଉପସ୍ଥିତ ଥିବା ଛୋଟ ପିଲାଟି ସେହି ବ୍ୟାଟେରିକୁ ଧରିଦେଲେ । ଆଉ ତାର କ୍ଷଣିକରେ ହିଁ ହଠାତ ହାତରେ ବ୍ୟାଟରିଟି ଢ଼ୋ କି ଫାଟି ଜଳିବାକୁ ଲାଗିଲା ।

ଏହି ସମୟରେ ଦୋକାନୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଟେରିକୁ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଫଳରେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ । ନାବାଳକର ହାତରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ଏହି ସମୟରେ ଦୋକାନରେ ୫ଜଣ ଲୋକ ଛିଡା ହୋଇଥିବା ବେଳେ ବ୍ୟାଟେରି ଫାଟିବା ଦେଖି ଭୟଭିତ ହୋଇଯାଇଥିଲେ। ତେବେ କେଉଁ କାରଣରୁ ବ୍ୟାଟେରିଟି ଫାଟିଲା ତାହା ଜଣାପଡିନାହିଁ। ତେବେ କହିରଖିବାକୁ ଚାହିଁବୁ ଯେ ଏହା ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଚାର୍ଜ ବସାଇଥିବାବେଳେ ଢ଼ୋ କି ଫାଟିଥିଲା ମୋବାଇଲ । ରାତିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲେ । ଯେଉଁଥିରେ ଜଳି ଯାଇଥିଲା ଘରର ଝରକାରେ ଲାଗିଥିବା ସ୍କ୍ରୀନ୍‌ । ବିସ୍ଫୋରଣରେ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ।

ତେଣୁ ଆପଣଙ୍କୁ ଆମେ ଏତିିକି ଅନୁରୋଧ କରିବୁ ଯଦି ଆପଣଙ୍କ ଫୋନ୍‌ ବ୍ୟବହାର କରିବାର ୪ ରୁ ୫ ବର୍ଷ ହୋଇଗଲାଣି କିମ୍ବା ତାଠାରୁ ଅଧିକ ହେଲାଣି ଆପଣ ଫୋନକୁ ସର୍ଭିସିଂ ସେଣ୍ଟର ନେଇ ଥରେ ଯାଞ୍ଚ କରାଇ ନିଅନ୍ତୁ । ଆଉ ଯଦି ଆପଣ ଏପରି କରୁନାହାଁନ୍ତି ତାହେଲେ ମୋବାଇଲ ବ୍ୟବହାର କରିବା ବେଳେ ସତର୍କତାର ସହ ୟୁଜ୍‌ କରନ୍ତୁ । ନଚେତ୍‌ ବାରମ୍ବାର ମୋବାଇଲ ବ୍ୟାଟେରୀ ବିସ୍ଫୋରଣ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.