ଥରିଲା ଅଯୋଧ୍ୟା, ଭୟରୁ ଘରୁ ଦୌଡିଲେ ଲୋକେ
ରାମନଗରୀ ଅଯୋଧ୍ୟାରେ ଭୂକମ୍ପ ଝଟକା । ତୀବ୍ରତା ୩.୬ ରହିଥିଲା । ତେବେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ର ଅଯୋଧ୍ୟା ଠାରୁ ୨୧୫ କିମି ଉତ୍ତରରେ ୧୦ କିମି ଗଭୀରତା ରହିଛି ।

ଭୂମିକମ୍ପ ଝଟକାରେ ଥରିଲା ଅଯୋଧ୍ୟା । ରବିବାର ରାତି ୧ଟାରେ ଅଯୋଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ଏହାର ତୀବ୍ରତା ୩.୬ ରହିଥିଲା ବୋଲି ଜଣାପଡିଛି ।
ତେବେ ଏହି ଝଟକାରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅଯୋଧ୍ୟା ଠାରୁ ୨୧୫ କିମି ଉତ୍ତରରେ ୧୦ କିମି ଗଭୀରତା ରହିଛି । ଗତକାଲି ନେପାଳର କାଠମାଣ୍ଡୁ ଏବଂ ଆଫଗାନିସ୍ତାନ ଫୈଜବାଦରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିଲା ।
Earthquake of Magnitude:3.6, Occurred on 05-11-2023, 01:07:22 IST, Lat: 28.73 & Long: 82.26, Depth: 10 Km ,Location: 215km N of Ayodhya, Uttar Pradesh, India for more information Download the BhooKamp App https://t.co/Lypi7Q1Egd @KirenRijiju @Dr_Mishra1966 @moesgoi @Ravi_MoES pic.twitter.com/svzl1KPtSd
— National Center for Seismology (@NCS_Earthquake) November 4, 2023
ଭୂକମ୍ପ ଝଟକା ସବୁବେଳେ ଉତ୍ତର ଭାରତରେ ହୋଇଥାଏ । ନେପାଳ ଝଟକା ପରେ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଅଯୋଧ୍ୟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତା ଭୂମିକମ୍ପ ଆସିବା ପରେ ୧୫୭ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଜି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁଶୁଡି ପଡିଥିବା ବିଲିଡିଂ ତଳେ ଲୋକ ଦବିଥିବା ସୂଚନା ମିଳିଛି ।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୂକମ୍ପ ପ୍ରଭାବିତ କିଛି ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଅନେକ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।