ଛାତ୍ରୀଙ୍କ ତଣ୍ଟି କାଟିଦେଲେ ସହପାଠୀ, ଘଟଣାକୁ ନେଇ ପୋଲିସର ତନାଘନା ଜାରି

ରାଗ ରଖି ଛାତ୍ରୀର ତଣ୍ଟି କାଟିଦେଲେ ତାଙ୍କ ନିଜ ସହପାଠୀ... ଗୋଟିଏ ହଷ୍ଟେଲ ରେ ଏମାନେ ରହୁଥିଲେ ..ଏକାଠି ପଢୁଥିଲେ ଏକାଠି ଖାଉଥିଲେ .. କିନ୍ତୁ କୌଣସି ଏକ କଥାରେ ରାଗ ରଖି ରୁମ ଭିତରେ ପଶି ନିଜ ସହପାଠୀର ତଣ୍ଟିକୁ କାଟିଦେଲେ ..

ରାଗ ରଖି ଛାତ୍ରୀର ତଣ୍ଟି କାଟିଦେଲେ ତାଙ୍କ ନିଜ ସହପାଠୀ… ଗୋଟିଏ ହଷ୍ଟେଲ ରେ ଏମାନେ ରହୁଥିଲେ ..ଏକାଠି ପଢୁଥିଲେ ଏକାଠି ଖାଉଥିଲେ .. କିନ୍ତୁ କୌଣସି ଏକ କଥାରେ ରାଗ ରଖି ରୁମ ଭିତରେ ପଶି ନିଜ ସହପାଠୀର ତଣ୍ଟିକୁ କାଟିଦେଲେ .. ଏହାକୁ ଦେଖି ସେଠାରେ ଥିବା ଅନ୍ୟ ଛାତ୍ରୀ ଡରି ଯାଇଥିଲେ … ସୂଚନା ଅନୁସରେ ଏମାନେ ସମସ୍ତେ +2ର ପ୍ରଥମ ବର୍ଷର ଛାତ୍ରୀ.. ଆଉ କ୍ଲାସ ଶେଷ ପରେ ସେମାନେ ଏଇ ହଷ୍ଟେଲ ରେ ଆସି ରୁହନ୍ତି .. କିନ୍ତୁ ହଠାତ କଣ ହେଲା କେଜାଣି କୌଣସି ଏକ କଥାରେ ରାଗି ଯାଇ ନିଜ ସହପାଠୀଙ୍କୁ ସେ ମାରିଦେଲେ … ଖବର ବିଷୟରେ ଜାଣିବା ପରେ ପୋଲିସ ପହଂଚି ତନାଘନା କରୁଛି ..

ଛାତ୍ରୀର ତଣ୍ଟି କାଟିଦେଲା ସହପାଠୀ। ଅନୁଗୋଳ ସହରରେ ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ନିଜ ସହପାଠୀଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ପରେ ଏବେ ତନାଘନା ଚାଲିଛି । ବିଳମ୍ବିତ ରାତିରେ ଶୋଇଥିବା ବେଳେ ସହପାଠୀ ଜଣଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହେଇଛି.. ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ସୂଚନା ଅନୁସାରେ ନାକିଚି ଅଞ୍ଚଳର ଜଣେ +2 ପ୍ରଥମ ବର୍ଷର ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖବର ପାଇ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ହଷ୍ଟେଲରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ସହପାଠୀ ତାଙ୍କ ତଣ୍ଟି କାଟିଦେଇଥିବା ପରିବାର ଲୋକେ କହିଛନ୍ତି । ହଷ୍ଟେଲରେ ପହଞ୍ଚି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଛାତ୍ରୀଙ୍କ ତଣ୍ଟି କାଟିଛି ସେ ନେଇ ଛାତ୍ରୀ ଜଣକ କିଛି କହିପାରୁନାହାନ୍ତି । ଅପରପକ୍ଷରେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିବା ପୋଲିସ ସନ୍ଦେହ କରୁଛି । ଉଭୟ ଦିଗକୁ ଦେଖି ତଦନ୍ତ କରୁଛି ପୋଲିସ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.