ଭାରତକୁ ଖଲିସ୍ତାନ ଆତଙ୍କୀ ପନ୍ନୁଙ୍କ ବଡ଼ ଧମକ, ୧୯ ନଭେମ୍ବରରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କଲେ ଆଉ ଘରକୁ ଫେରିବେନି
ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟ ରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ।

ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟ ରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଏହାପରେ ଆମକୁ ଦୋଷ ଦେବେ ନାହିଁ ..
ଏଭଳି କିଛି ଧମକ ପୂର୍ଣ୍ଣ ମେସେଜ ଦେଇଛନ୍ତି ଖଲିସ୍ତାନ ଆତଙ୍କୀ ଗୁରୁପତବନ୍ତ ସିଂ ପନ୍ନୁ। ସେ କହୁଥିବାର ଭିଡ଼ିଓ କ୍ଲିପ ଏବେ ଭାଇରାଲ ହେଉଛି। ଏଥିରେ ସେ ଚେତାବନୀ ଦେଇ କହିଛନ୍ତି ଯେ ୧୯ ନଭେମ୍ବର କୁ ଏୟାର ଇଣ୍ଡିଆ ବିମାନରେ କେହି ବି ଯେମିତି ଟ୍ରାଭେଲ ନ କରିବେ, ଆଉ ଯଦି କରନ୍ତି ତେବେ ସେ ଆଉ ଫେରିବେନି। ଆମ କବଳରେ ସବୁଦିନ ପାଇଁ ରହିବେ। ଏମିତିକି ସେମାନଙ୍କ ଜୀବନ ମଧ୍ୟ ଚାଲିଯାଇପାରେ। ସବୁଠୁ ବଡ଼ କଥା ହେଉଛି ଏହା ସେହି ଦିନ ହେବ ଯେୁଉଁଦିନ ବିଶ୍ୱକପ ଫାଇନାଲ ମ୍ୟାଚ ଅଛି।
ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ପନ୍ନୁ କହିଛନ୍ତି ଯେ, କେହି ଜଣେ ବି ଶିଖ ଲୋକ ୧ ୯ ନଭେମ୍ବରରେ ଏୟାର ଇଣ୍ୃିଆ ଫ୍ଲାଇଟରେ ଯାତ୍ରା କରିବେ ନାହିଁ। ଏହା ଏକ ପ୍ରକାର ବୈଶିକ ନାକାବନ୍ଦୀ ହେବ। ଆଉ ଏହାକୁ ଯିଏ ନମାନିବ ର୍ତା ଜୀବନ ବି ଚାଲିଯାଇପାରେ। ଆହୁରି ଏକ ବଡ଼ କଥା ବି ସେ କହିଛନ୍ତି ଯେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ୧୯ ନଭେମ୍ବରକୁ ବନ୍ଦ ରହିବ। ଏହାର ନାମ ବି ପରିବର୍ତ୍ତନ କରାହେବ।
ଆମେରିକା ସ୍ଥିତ ପ୍ରତିବନ୍ଧିତ ଶିଖ ଫର ଜଷ୍ଟିସ ସଂଗଠନ ର ପ୍ରମୁଖ ପନ୍ନୁ ୧୦ ଅକ୍ଟୋବରରେ ପ୍ରଧନମନ୍ତ୍ରୀ ମୋଦୀଙ୍କୁ ଇଜ୍ରାଏଲ – ପାଲେଷ୍ଟାଇନ ଯୁଦ୍ଧରୁ କିଛି ଶିଖିବାକୁ ଧମକ ଦେଇଥିଲେ। ଯେମିତିକି ଭାରତରେ ବି ଏମିତି କିଛ ି ସ୍ଥିତି ଯେମିତି ନ ଘଟୁ। ପଞ୍ଜାବରୁ ଫିଲିସ୍ତୀନ ଯାଏ ଅବୈଧ କବଜା କରୁଥିବା ଲୋକ ଏହାର କଡ଼ା ପ୍ରତିବାଦ କରିବେ ଯେଉଁଥିରେ ହିଂସା ସୃଷ୍ଟି ହେବ। ଖଲିସ୍ତାନ ଆତଙ୍କୀଙ୍କ କହିବା ଅନୁସାରେ . ତାଙ୍କ ସଂଗଠନ ଏସଏଫଜେ ବେଲ୍ଟ ଅର୍ ବୁଲେଟ ରେ ବିଶ୍ୱାସ ରଖେ। ଆଉ ସେ କହିଛନ୍ତି ଯେ ପଞ୍ଜାବର ମୁକ୍ତି ନିଶ୍ଚିତ। ଯଦି ଏହାକୁ କେହିବି ଅଣଦେଖା କରିବ ସେ ଶାସ୍ତି ଭୋଗିବ।
ପନ୍ନୁ କିଏ?
ଶିଖ ଫର ଜଷ୍ଟିସ ସଂଗଠନର ମୁଖ୍ୟ ପନ୍ନୁ ଭାରତର ଓ୍ଵାଣ୍ଟେଡ ଆତଙ୍କୀ। ସାରା ଦେଶରେ ତାଙ୍କ ବିରୁଦ୍ଧରେ ୧୬ଟି କେସ ରହିଛି। ଦିଲ୍ଲୀ, ପଞ୍ଜାବ, ହିମାଚଳପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ଖଲିସ୍ତାନୀ ମୁଭମେଣ୍ଟ କୁ ନେଇ ଏହି କେସ ଅଛି। ପଞ୍ଜାବର ସରହିନ୍ଦରେ UAPA ଅନ୍ତର୍ଗତ ମାମଲ । ଦର୍ଜ ଅଛି। ଅମୃତସରରେ UAPA, ଦିଲ୍ଲୀ ରେ UAPA ଅନ୍ତର୍ଗତ ୪ ଟି ମାମଲା ଅଛି। ଗୁରୁଗ୍ରାମ, ଏନଆଇଏ, ଧର୍ମଶାଳାରେ ମଧ୍ୟ ମାମଲା ରହିଛି। ତେବେ UAPA ମାନେ ଅନ୍ ଲ ଫୁଲ ଆକ୍ଟିଭିଟି ଆକ୍ଟ ଅନୁଯାୟୀ ମୋଟ ୯ ଟି ମାମଲା ରହିଛି।
ଗୁରୁପତବନ୍ତ ସିଂ ପନ୍ନୁ ପଞ୍ଜାବରେ ଜନ୍ମ ହୋଇଥିଲେ। ସେ ଏହିଠାରେ ପାଠ ପଢ଼ିଥିଲେ। ଏବେ ସେ ବିଦେଶରେ ଅଛନ୍ତି। କେବେ କାନାଡ଼ା ତ କେବେ ଆମେରିକା ଏମିତି ଅନେକ ଭିନ୍ନ ଭିନ୍ନ ସ୍ଥାନ ପରିବର୍ତ୍ତନ କରି ରହୁଛନ୍ତି। ପନ୍ନୁ ଦେଶ ବାହାରେ ରହି ବି ଭାରତ ଉପରେ ଆତଙ୍କୀ ହମଲା କରିବାକୁ ଧମକ ଦେଇଥାଏ। କାନାଡ଼ାରେ ଥିବା ହିନ୍ଦୁଙ୍କୁ ଧମକ ଦେଇଥାଏ। ଆଉ ଏହା ସବୁ ସେ ଖୁଲମଖୁଲା କରିଥାଏ। ପନ୍ନୁ ୧୪ ଫେବୃଆରୀ ୧୯୬୭ ଦନ ଜନ୍ମ ହୋଇଥିଲେ। ପନ୍ନୁଙ୍କ ବାପା ପଞ୍ଜାବରେ ଏକ କମ୍ପାନୀରେ କାମ କରୁଥିଲେ। ପନ୍ନୁ ଡ ତାଙ୍କ ଭାଇ ଦୁହେଁ ବିଦେଶରେ ରୁହନ୍ତି। ବାପା ମାଙ୍କ ମୃତ୍ୟୁ ହୋଇଯାଇଛି। ପନ୍ନୁ ପଞାବର ୟୁନିଭର୍ସିଟି ରୁ ଆଇନ ପାଠ ପଢ଼ିଥିଲେ। ସେ ଏବେ ଆମେରିକାରେ ଓକିଲାତି କରୁଛନ୍ତି । ପନ୍ନୁ ୨୦୦୭ରେ ଶିଖ ଫର ଜଷ୍ଟିସ ସଂଗଠନ ତିଆରି କରିଥିଲେ।ଜୁଲାଇ ୨୦୨୦େରେ ଭାରତ ପନ୍ନୁଙ୍କୁ ଆତଙ୍କୀ ଘୋଷିତ କରିଥିଲା। ଏହାପରେ ପନ୍ନୁ ଆଇଏସଆଇ ର ସାହାଯ୍ୟରେ ଖଲିସ୍ତାନର ସଂଗଠନକୁ ଚଲାଉ ଛନ୍ତି।