Below header

ଖୁବ ଧୁମଧାମରେ ପାଳିତ ହୋଇଛି ବର ଅଶ୍ଵତଥ ବିବାହ ଉତ୍ସବ

ଚାଲିଛି ବେଦ ମନ୍ତ୍ର ଉଚ୍ଚାରଣ।ଯୋଡ଼ି ମହୁରୀରେ ଫାଟି ପଡ଼ୁଛି ଉତ୍ସବ ସ୍ଥଳ। ଏକାଠି ହୋଇଛନ୍ତି ଗ୍ରାମବାସୀ।ଏଠାରେ କନ୍ୟା ସାଜିଥିଲେ ବରଗଛ ବର ସାଜିଥିଲେ ଅଶ୍ଵତଥ୍ ଗଛ।

ବର ଅଶ୍ଵତଥ ର ନିଆରା ବିବାହ। ଆମେ ଖାଲି ଏ କଥା ଗପରେ ଶୁଣିଥିଲୁ କିନ୍ତୁ ପ୍ରକୃତରେ ଏମିତି କିଛି ନିଆରା ପରମ୍ପରା ଆଜି ବି ଆମ ରାଜ୍ୟରେ କେଉଁଠି ନ କେଉଁଥି ଦେଖିବାକୁ ମିଳେ। ଠିକ ଯେମିତି ଏଠି ହେଉଛି । ଚାଲିଛି ବେଦ ମନ୍ତ୍ର ଉଚ୍ଚାରଣ।ଯୋଡ଼ି ମହୁରୀରେ ଫାଟି ପଡ଼ୁଛି ଉତ୍ସବ ସ୍ଥଳ। ଏକାଠି ହୋଇଛନ୍ତି ଗ୍ରାମବାସୀ। ହରିବୋଲ ହୁଳହୁଳିରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ। ଏ ଅବସର ହେଉଛି ଏକ ବିବାହ ଉତ୍ସବର। ବର କନ୍ୟାକୁ ନେଇ ଚାଲିଛି ବିବାହ ଉତ୍ସବ। ବ୍ରାହ୍ମଣ ପଣ୍ଡିତଙ୍କର ଚାଲିଛି ବେଦ ମନ୍ତ୍ର ଉଚ୍ଚାରଣ। ତେବେ ଏଠାରେ କନ୍ୟା ସାଜିଥିଲେ ବରଗଛ ବର ସାଜିଥିଲେ ଅଶ୍ଵତଥ୍ ଗଛ। ପୁଜାର୍ଚ୍ଚନାରେ ପରିବେଶ ବେଶ ଭାବଭକ୍ତି ମୟ ହୋଇ ଉଠିଥିଲା।ବର ଗଛର ପିତା ଭାବରେ ଦ୍ଵିତୀକୃଷ୍ଣ ମିଶ୍ର ହୋଇଥିବାବେଳେ ଅଶ୍ଵତଥ୍ ବୃକ୍ଷ ର ପିତା ସାଜିଥିଲେ ସ୍ଵରାଜ ରଥ।ଉଭୟ ପକ୍ଷଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସକାଳୁ ଗ୍ରାମ ପୋଖରୀରୁ ଜଳକୁ ଆଣି ଗାଁ ମନ୍ଦିର ପଯର୍୍ୟନ୍ତ ମହିଳାମାନେ ପଦଯାତ୍ରରେ ଦିଅଁ ଗଣେଶେଇବା ସହିତ ପ୍ରତେ୍ୟକ ଘରୁ ଜଳ ସଂଗ୍ରହ କରି ଆଣିଥିଲେ ବିବାହ ମଣ୍ଡପକୁ। ସେଠାରେ ବୈଦିକ୍ ୠତୀରେ ବିବାହ କାଯ୍ୟକ୍ରମ କରାଯାଇଥିଲା। ହାତ ଗଣ୍ଠି ପକାଇବା ଠାରୁ ଆରମ୍ଭ କରି ହାତ ଗଣ୍ଠି ଫିଟାଇବା ମଥାରେ ମକୁଟ ପିନ୍ଧିବା ବର କନ୍ୟାକୁ ଗଇଁଠାଳ ପକାଇବା ଶେଷରେ ଗ୍ରାମର ମହିଳାମାନଙ୍କ ଦ୍ଵାରା ବନ୍ଦାପନା କରାଯାଇଥିଲା। ଶାସ୍ତ୍ର ଅନୁଯାୟୀ ବରଗଛ ବ୍ରହ୍ମା ଆଉ ଅଶ୍ଵତଥ୍ ବୃକ୍ଷକୁ ବିଷ୍ଣୁ ଭାବରେ ପୂଜା କରାଯାଏ। ନିଜ ସ୍ଵାର୍ଥ ପାଇଁ ମଣିଷ କାଟି ଚାଲିଛି ଗଛ। ଧିରେ ଧିରେ ହ୍ରାସ ପାଉଛି ଜଙ୍ଗଲ। ବର୍ତମାନ ଜଙ୍ଗଲ ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି।ଗଛର ଅଭାବରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି।ତେଣୁ ଗଛକୁ ପୂଜା କରିବାର ଅର୍ଥ ହେଉଛି ତାକୁ ସୁରକ୍ଷା ଦେବା। ବୈଜ୍ଞାନିକ ଦୃଷ୍ଟି କୋଣରୁ ଅଶ୍ଵତଥ୍ ବୃକ୍ଷ ର ପତ୍ର ଅଧିକ ଅମ୍ଳଜାନ ଦେଇଥାଏ। ଆଉ ବରଗଛ ବିଶାଳ ହୋଇଥିବାରୁ ଏହା ଛାଇ ଦେଇଥାଏ। ଏପରିକି ବରଗଛ ପୃଥବୀର ଉତାପକୁ ନିୟନ୍ତ୍ରଣ କରି ପରିବେଶ ସନ୍ତୂଳନ ରକ୍ଷା କରିଥାଏ।

ତେବେ ଅନେକ ସମୟରେ ବିବାହକୁ ନେଇ କାହାର ସମସ୍ୟା ଥିଲେ କିମ୍ବା ପିତୃ ଦୋଷ ଥିଲେ ଏମିତି ବିବାହ ପ୍ରତିକାର କରଯାଇ .. ଯାହାକୁ ନେଇ ଅନେକ ମାନ୍ୟତା ରାହିଛି।  ଏଇ ପରମ୍ପରା ବହୁ ପୁରୁଣା ଆଉ ବିଶ୍ୱାସଯୋଗ୍ୟ ବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.