ରେଳ ଷ୍ଟେସନରେ ଆଗରେ ହାଇଡ୍ରାମା, ସ୍ୱାମୀଙ୍କୁ ତଳେ ପକାଇ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ ସ୍ତ୍ରୀ

ଭାଇରାଲ୍ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ସ୍ୱାମୀଙ୍କୁ ତଳେ କଚାଡ଼ିବା ପରେ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ ସ୍ତ୍ରୀ ।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ଝଗଡା ଦେଖି ଚାରିପାଖେ ଲୋକଙ୍କ ଭିଡ଼ ଜମିଥିଲା ।

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ମଜାଳିଆ, ଆଶ୍ଚର୍ଯ୍ୟଜନକ ଓ ପ୍ରେରଣାଦାୟକ ଇତ୍ୟାଦି ଭିଡିଓ ପୋଷ୍ଟ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ। ଯାହାକୁ ଦେଖିଲେ ବହୁତ ହସ ଲାଗିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ମଜାଳିଆ ପୋଷ୍ଟ ସାମ୍ନାକୁ ଆସିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସାଧାରଣ ଘଟଣା। କିନ୍ତୁ ଆଜିକାଲି, ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଛନ୍ତି। ଏହି ଘଟଣା ଏକ ରେଳ ଷ୍ଟେସନରେ ଘଟିଛି । ଏହା କେଉଁ ଜାଗା ତାହା ସ୍ପଷ୍ଟ ହୋଇନାହିଁ । ଯେଉଁଠାରେ ପୂର୍ବରୁ କିଛି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ହଠାତ୍ ମହିଳା ଜଣଙ୍କ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରି ଚାଲିଥିଲେ ।

ଭାଇରାଲ୍ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଟ୍ରେନ୍ ଟି ପ୍ଲାଟଫର୍ମରେ ଠିଆ ହୋଇଛି। ଟ୍ରେନ୍ ସାମ୍ନାରେ ଏକ ଦମ୍ପତି ଠିଆ ହୋଇଛନ୍ତି। ଯେଉଁମାନେ କିଛି ବିଷୟରେ ଯୁକ୍ତିତର୍କ କରୁଛନ୍ତି । ମହିଳା ଜଣକ ପ୍ଲାଟଫର୍ମରୁ ପର୍ସ ଉଠାଇ କାନ୍ଧରେ ପକାଇବା ସମୟରେ ସ୍ୱାମୀ ଏପରି କିଛି କହୁଛନ୍ତି ଯାହା ଦ୍ୱାରା ମହିଳା ଜଣଙ୍କ କ୍ରୋଧିତ ହୋଇଯାଉଛନ୍ତି । ସେ ସଙ୍ଗେ ସଙ୍ଗେ ବୁଲିପଡି ସ୍ୱାମୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି। ଚାପୁଡ଼ା ମାରିବା ପରେ ସ୍ୱାମୀ ମଧ୍ୟ ପତ୍ନୀଙ୍କ ଉପରେ ନିଜର ରାଗ ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ମହିଳା ଜଣକ ସ୍ୱାମୀଙ୍କ ଗୋଡକୁ ଟାଣି ତଳେ ପଡ଼ିଯାଇଥିଲେ।

 

ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ତାଙ୍କୁ ତଳେ କଚାଡ଼ିବା ପରେ ସ୍ୱାମୀଙ୍କୁ ଆହୁରି ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ । ଏହି ସମୟରେ ସ୍ୱାମୀ ନିଜକୁ ରକ୍ଷା କରିବାକୁ ଯାଇ ମହିଳାଙ୍କ କେଶକୁ ଟାଣି ଧରିଥିଲେ । ଏହି ଯୁଦ୍ଧ ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ଝଗଡା ଦେଖି ଚାରିପାଖେ ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସେମାନଙ୍କ ମଧ୍ୟରେ ଚାଲିଥିବା ଝଗଡାକୁ କେହି ରୋକିବାକୁ ଚେଷ୍ଟା କରିନଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.