Below header

କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜାଙ୍କ ଆତ୍ମହତ୍ୟା, ମୋବାଇଲ କହିବ ମୃତ୍ୟୁ ରହସ୍ୟ

ଉମରକୋଟ (କେନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନସାଧାରଣ ଏହି ଆତ୍ମହତ୍ୟାକୁ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି। ତନୁଜା ଉମରକୋଟ ନିକଟସ୍ଥ ଜାମରୁଣ୍ଡା ଠାରେ ଥିବା ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟିତ୍ରୀ ଭାବେ କାର୍ଯ୍ଯ କରୁଥିଲେ ।

ଏତେ ଖୁସ୍‌ ମିଜାଜ୍‌ ଓ ଅନ୍ଯକୁ ବଞ୍ଚିବାର ବାଟ ଦେଖାଉଥିବା ଏହି କ୍ରୀଡା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ସହର ସ୍ତବ୍ଧ। ଟିକ୍‌ଟକ୍‌ ମାଧ୍ୟମରେ ନିଜର ନାଚିବା ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ ଚର୍ଚ୍ଚାରେ ରହୁଥିଲେ ତନୁଜା । ତେବେ କେଉଁ ପରିସ୍ଥିତିରେ ତନୁଜା ଆତ୍ମହତ୍ୟା କଲେ, କୌଣସି ମାନସିକ ଚାପରେ ରହିଥିଲେ ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କଲା। ତାର କାରଣ ଖୋଜୁଛି ଉମରକୋଟ ପୋଲିସ । ତନୁଜାଙ୍କ ଇଂରାଜୀ ଲେଖା ଓ ବେଙ୍ଗଲି ଭର୍ସନ୍‌ର ଏକ ସୁଇସାଇଡ ନୋଟ ଓ ମୋବାଇଲ ପୋଲିସ ହାତରେ ରହିଛି। ତେବେ ସୁଇସାଇଡ ନୋଟ୍‌୍‌ରେ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି ତନୁଜା ।
ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାକୁ ଆଗକୁ ନବଢ଼େଇବାକୁ ଓ ତଦନ୍ତ ନକରିବାକୁ ଲେଖିଛନ୍ତି । ଏକଥା କାହିଁକି ଲେଖିଛନ୍ତି ? ତଦନ୍ତ ହେଲେ ଘଟଣା ସାମ୍ନାକୁ ଆସିବ?

ପାରିବାରିକ କଳହ, ପ୍ରେମ ନା ଆଉ କିଛି ? ମୃତ୍ୟୁର କାରଣକୁ କାହିଁକି ଲୁଚେଇ ରଖିବାକୁ ଚାହିଁଛନ୍ତି ତନୁଜା? ଏ ସମସ୍ତ ଗୁମର ଖୋଲିବ ତାଙ୍କ ମୋବାଇଲ । ତେବେ ପୋଲିସ ପାଇଁ ଏହି ମାମଲା ଏକ ବଡ଼ ଚ୍ଯାଲେଞ୍ଜ । ଆତ୍ମହତ୍ୟା ପୂର୍ବରୁ କାହା ସହ ତନୁଜା କଥା ହୋଇଥିଲେ ମୋବାଇଲର CDRରୁ ଜଣାପଡ଼ିବ । ଏହାର ରିପୋର୍ଟ ଦୁଇ ଦିନ ଭିତରେ ଆସିବ ।ତା ପରେ ଆତ୍ମହତ୍ୟାର ଗୁମର ଖୋଲି ପାରେ ବୋଲି ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ଉମରକୋଟ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁୁ କରାଯାଇଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.