Below header

ମାଲକାନଗିରି: ବନ୍ୟା ଜଳରେ ଭାସିଗଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌, ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ମାଲକାନଗିରି(କେନ୍ୟୁଜ୍):  ପାଣିରେ ଭାସିଗଲା ଟ୍ରକ୍‌ । ବନ୍ୟା ଜଳରେ ଭାସିଗଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ମେଟୁପଲ୍ଲୀ ନିକଟରେ ରାସ୍ତା ପାର ବେଳେ ବନ୍ୟା ଜଳରେ ଟ୍ରକ୍‌ ଭାସିଯାଇଛି । ପ୍ରବଳ ବର୍ଷା ଯୋଗୁ ବିଜାପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି । ଆଗକୁ ଯେଭଳି ଧନ ଜୀବନ କ୍ଷତି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.