୮୨ କର୍ମଚାରୀଙ୍କ ବିରୋଧରେ FIR ରୁଜୁ, ଜେଲ ଭିତରେ ସୁବିଧା ସୁଯୋଗ ଯୋଗାଇଦେବାକୁ ମହାଠକ ସୁକେଶଠାରୁ ନେଉଥିଲେ ଦେଢ କୋଟି ଟଙ୍କା ଲାଞ୍ଚ

ନୂଆଦିଲ୍ଲୀ : ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ପୁଣି ଥରେ ବଡ ତଥ୍ୟ ସାମ୍ନାକୁ ଆସିଛି। ଜେଲ ଭିତରେ ଘର ଭଳି ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ସୁକେଶ ଠାରୁ ଲାଞ୍ଚ ନେଉଥିଲେ ଜେଲର ୮୨ ଅଧିକାରୀ । ଜେଲ କର୍ମଚାରୀଙ୍କ ଉପରେ ଅଭିଯୋଗ ହୋଇଛି ଯେ ଏହି ଲୋକମାନେ ସୁକେଶ ଚନ୍ଦ୍ର ଶେଖରଙ୍କଠାରୁ ଲାଞ୍ଚ ହିସାବରେ ମାସକୁ ପ୍ରାୟ ୧ .୫ କୋଟି ଟଙ୍କା ନେଉଥିଲେ। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଜେଲରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସହିତ ଅଲଗା ବ୍ୟାରେଜ୍ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ନାମରେ ସୁକେଶ ଅଧିକାରୀମାନଙ୍କୁ ଏହି ରାଶି ଦେଉଥିଲେ। ଏହି ମାମଲାରେ ଜୁନ୍ ୧୫ରେ ଏକ FIR ପଞ୍ଜିକୃତ ହୋଇଛି।

ସୂଚନାନୁଯାୟୀ, ବହୁ ଧନୀ ଲୋକଙ୍କ ଠାରୁ ଠକେଇ କରିଥିବା ଅଭିଯୋଗରେ ମୁକେଶ ଚନ୍ଦ୍ରଶେଖର ନାମକ ଜଣେ ମହାଠକ ରୋହିଣୀ ଜେଲ୍‌ର ୧୦ ନମ୍ଵର ୱାର୍ଡ ୩ କେ ବାରାକ୍ ନମ୍ଵର ୨୦୪ ନମ୍ଵରରେ ବନ୍ଦୀ ହୋଇ ରହିଛି। ଜେଲ୍ ଭିତରେ ମୁକେଶକୁ ସୁବିଧା ସୁଯୋଗ ଯୋଗାଇବା ଅଭିଯୋଗରେ ପ୍ରଥମେ ୭ ଜଣ ଜେଲ୍ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ଧୀରେଧୀରେ ଜେଲ୍‌ର ଅନ୍ୟ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ନେଇ ଧରାପଡ଼ିଥିଲା।

ଏହାପୂର୍ବରୁ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ତିହାଡ଼ ଜେଲରେ ଥିବାବେଳେ ୨୦୦ କୋଟି ଟଙ୍କା ଠକେଇ ଘଟଣା ଘଟାଇଥିଲା । ମୁକେଶ ଜେଲ୍‌ରେ ରହି ଗୃହ ମନ୍ତ୍ରାଳୟ ଅଫିସର ହୋଇ ଠକେଇ କରିଥିଲା। ସେ ସ୍ଵର ବଦଳାଇ ଲୋକମାନଙ୍କୁ ଠକେଇର ଶିକାର କରୁଥିଲା। ଏଥିପାଇଁ ଜେଲ୍‌ କର୍ମଚାରୀଙ୍କୁ ଲାଞ୍ଚ ଦେଇ ନିଜ ହାତରେ ରଖିଥିଲା।

ଖବର ଅନୁଯାୟୀ ସିସିଟିଭି ରେକର୍ଡିଂ ଯାଞ୍ଚ କରୁଥିବାବେଳେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ସୁକେଶ ଜେଲ ଡାକ୍ତରଖାନାରେ ଚୁକ୍ତିରେ କାର୍ଯ୍ୟ କରୁଥିବା ଜଣେ ନର୍ସିଂ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛି ଏବଂ ତାଙ୍କୁ ଏକ ଚିଠି ଦେଇଛି । କୁହାଯାଏ ଯେ ଏହି ଚିଠି ସୁକେଶର ଜଣେ ପରିଚିତ ବ୍ୟକ୍ତିଙ୍କୁ ବାହାରେ ନର୍ସିଂ କର୍ମଚାରୀଙ୍କ ସହାୟତାରେ ଦିଆଯାଉଥିଲା । ଯେତେବେଳେ ଏହି ବିଷୟରେ ନର୍ସିଂ କର୍ମଚାରୀଙ୍କୁ ପଚରାଗଲା, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ। ବର୍ତ୍ତମାନ ତିହାଡ଼ର ଅଧିକାରୀମାନେ ଏହାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୁକେଶ ଚନ୍ଦ୍ରଶେଖର ତିହାର ଜେଲ ୩ ନମ୍ବରରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.