ସ୍ୱାମୀ କରୁଛି ଆକୁଳ ନିବେଦନ, ମୋ ସ୍ତ୍ରୀକୁ ଭଲ କରିଦିଅ

ଭଦ୍ରକ (କେନ୍ୟୁଜ) : ନିଜର ଜୀବିକା ଯିବା ପରେ ଏବେ ନିଜ ସ୍ତ୍ରୀର ଜୀବନ ରକ୍ଷା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଜଣେ ଗରିବ ଅସହାୟ ଦଳିତ ବ୍ୟକ୍ତି। ସ୍ତ୍ରୀର ଚିକିତ୍ସା, ଅର୍ଥ ଅଭାବରୁ ହୋଇ ନ ପାରିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁଃଖ ଯନ୍ତ୍ରଣାରେ ଭାଗ୍ଯ ଭଗବାନ ଉପରେ ଭରସା ରଖି ଦିନ କାଟୁଛନ୍ତି। ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କଟସାହି ପଂଚାୟତ ଡାଙ୍ଗମାଳ ଗାଁରେ। ଏହି ଗାଁର ଉମାକାନ୍ତ ମହାଳିକ ନାମକ ଜଣେ ଦଳିତ ଗରିବ ବ୍ୟକ୍ତିଙ୍କ ସ୍ତ୍ରୀ ବାସନ୍ତୀ ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୩ ବର୍ଷ ହେବ ବିଛଣାରେ ପଡି ରହିଛନ୍ତି। ନା ସିଏ ଉଠିପାରୁଛନ୍ତି ନା ବସି ପାରୁଛନ୍ତି। କେବଳ ବିଛଣାରେ ପଡି ରହି ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉ ଛନ୍ତି। ସ୍ତ୍ରୀ ର ଜୀବନ ରକ୍ଷା ପାଇଁ ନିଜ ଜୀବିକା ଛାଡି ସ୍ୱାମୀ କରୁଛନ୍ତି ସ୍ତ୍ରୀଙ୍କ ସେବା। ତେବେ ଚିକିତ୍ସା ପାଇଁ ସବୁ ହରାଇ ଏବେ ଅସହାୟ ହୋଇ ପଡିଛନ୍ତି ସ୍ୱାମୀ।

ସୂଚନା ଅନୁଯାୟୀ ନିଜର କିଛି ଜମିବାଡ଼ି ନ ଥିବାରୁ ସ୍ୱାମୀ ସ୍ତ୍ରୀ ଦିଘାକୁ ଯାଇ ସେଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଏକ ମେସରେ ରହି ରୋଷେୟା ଭାବେ କାମ କରୁଥିଲେ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ ହେଲପର ଭାବେ ସହଯୋଗ କରୁଥିଲେ। ସେଠାରେ ଯାହା ରୋଜଗାର କରୁଥିଲେ ସେଥିରେ ତିନି ଝିଅଙ୍କୁ ଧାର କରଜ କରି ବଡ କଷ୍ଟରେ ବାହାଦେଲେ। ଆଉ ପୁଅକୁ ଉଚ୍ଚ ଶିଖିତ କରିବା ପାଠ ପଢ଼ାଉଥିଲେ।

କିନ୍ତୁ ୨୦୧୮ ମସିହାରେ ଦିଘାରେ ଜଣେ ସମ୍ପର୍କୀୟଙ୍କ ଘରକୁ ବାସନ୍ତୀ ଯାଇଥିଲା ବେଳେ ବାସନ୍ତୀଙ୍କ ମୁଣ୍ଡ ଚାଳରେ ବାଜି ଗଭୀର ଆଘାତ ଲାଗିଥିଲା। ତେଣୁ ସେମାନେ ନିଜ ଗାଁକୁ ଫେରି ଆସିଥିଲେ। ପରେ ତାଙ୍କର ପିଠିରେ ଯନ୍ତ୍ରଣା ହେଲା। ତେଣୁ ଉମାକାନ୍ତ ସ୍ତ୍ରୀର ଯନ୍ତ୍ରଣା ଦେଖି ଭଦ୍ରକ ଓ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ତେବେ ପ୍ରଥମେ ଅଲସର ହୋଇଛି ବୋଲି ଡାକ୍ତର କହି ଔଷଧ ଦେଲେ। ସେଥିରେ ଅଲସର ଭଲ ହୋଇଗଲା ସତ କିନ୍ତୁ ପିଠିର ବିନ୍ଧା କମିଲା ନାହିଁ। ଆସ୍ତେ ଆସ୍ତେ ସେ ବିଛଣାରେ ପଡି ରହିଲେ ଯେ ଉଠିପାରିଲେନି। ହାତ ଦୁଇ ଟିକୁ ଛାଡି ଦେଲେ ସବୁ ଜାଗାରେ ହେଲା ଭୀଷଣ ଯନ୍ତ୍ରଣା। ଏହାପରେ ଉମାକାନ୍ତ ବାସନ୍ତୀଙ୍କୁ କଟକ ନେଇଗଲେ ଏବଂ ସେଠାରେ ତାଙ୍କର ଏମଆରଆଇ କଲେ ଆଉ ସେଥିରୁ ବାସନ୍ତୀଙ୍କ ମେରୁ ଦଣ୍ଡରେ ଆଘାତ ଲାଗି ଥିବା ଜଣା ପଡିଲା। ଏଥିପାଇଁ ଅପରେସନ ଦରକାର ବୋଲି ଡାକ୍ତର କହିଲେ। ହେଲେ ଉମାକାନ୍ତଙ୍କ ପାଖରେ ଯାହା କିଛି ସମ୍ବଳ ଥିଲା ସବୁ ଖର୍ଚ୍ଚ ହୋଇ ଯାଇଛି। ଏପରିକି ଧାର କରଜ ଟଙ୍କା ମଧ୍ୟ ସୁଜି ପାରୁ ନାହାନ୍ତି।ଏକ ମାତ୍ର ପୁଅ +3 ପଢିଥିଲେ ମଧ୍ୟ ଟଙ୍କା ଅଭାବରୁ ଉଚ୍ଚ ଶିକ୍ଷା ପାଇ ପାରୁ ନାହାନ୍ତି। ଏପରି ସ୍ଥଳେ କୋଉଠୁ ଟଙ୍କା ଆଣିବେ ଅପରେସନ ପାଇଁ ଯିବେ ସେହି ଚିନ୍ତା ତାଙ୍କୁ ଘାରିଛି।

ଉମାକାନ୍ତଙ୍କର ଏବେ ଜୀବିକା ବୋଲି କିଛି ନାହିଁ କି ଜମି ବାଡ଼ି ମଧ୍ୟ କିଛି ନାହିଁ। ଏବେ ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉ ଥିବା ନିଜ ସ୍ତ୍ରୀର ଦୈନିକ ସେବାରେ ଲାଗି ଛନ୍ତି ସ୍ୱାମୀ ଉମାକାନ୍ତ। ଏପରିକି ନିଜେ ରୋଷେଇ କରି ଖାଇବାକୁ ଦେଉଛନ୍ତି ଦୀର୍ଘ ତିନି ବର୍ଷ ହେଲା। ତେଣୁ ସେ କେଉଁଠିକି ମୁଲ ମଜୁରୀ ଲାଗି ଯାଇ ପାରୁ ନାହାନ୍ତି। ଏହି ରୋଗ ପାଇଁ ଅପରେସନ ନିହାତି ଆବଶ୍ଯକ ଅଛି। ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଆବଶ୍ଯକ। ତେବେ ନିଜେ ବଂଚିବା ଅସମ୍ଭବ ହୋଇ ପଡୁଥିଲା ବେଳେ ଆବଶ୍ଯକୀୟ ଟଙ୍କା ଯୋଗାଡ଼ କରିବେ ବା କେଉଁଠୁ । ତେଣୁ ସରକାରୀ ସହାୟତା ପାଇଁ ଉଭୟ ସ୍‌ୱାମୀ ସ୍ତ୍ରୀ ହାତ ଯୋଡି ଗୁହାରି କରୁଛନ୍ତି ସମସ୍ତଙ୍କୁ।

ଏ ବିଷୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଆମେ ଯେତେବେଳେ ଦୃଷ୍ଟି ଆକର୍ଷଣ କରିଥିଲୁ ସେ କହିଛନ୍ତି ଯେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଠାଇ ତାଙ୍କ ଅବସ୍ଥା ଦେଖିବା ପରେ ନିଶ୍ଚିତ ସହାୟତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଏବେ କେବଳ ଦରକାର ଆମ ମାନଙ୍କର ସାହାଯ୍ୟ। ଯଦି କୌଣସି ସହୃଦୟ ବ୍ୟକ୍ତି ବାସନ୍ତୀଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଛନ୍ତି ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ।

ବାସନ୍ତୀ ମହାଳିକ
ଗ୍ରାମ -ଡାଙ୍ଗମାଳ
ପୋ -ଶ୍ରୀଗଙ୍ଗା
ଜିଲ୍ଲା :ଭଦ୍ରକ
ପିନ -756116
MOBILE -9040705523

BANK DETAILS

STATE BANK OF INDIA
DHUSURI BRANCH
A/C NO-36903234578
IFSC-SBINOO13587

Leave A Reply

Your email address will not be published.