Below header

ଚାନ୍ଦବାଲି: ଟଙ୍କା ଲୁଟିବାକୁ ଯାଇ ନିଜ ଜାଲରେ ଫସିଲେ ଫାଇନାନସ କଂପାନୀ ମହିଳା କର୍ମଚାରୀ, ମାନିଲେ ପ୍ରେମ ପାଇଁ କରିଥିଲେ ଡ୍ରାମା

ଚାନ୍ଦବାଲି(କେନ୍ୟୁଜ୍): ଟଙ୍କା ଲୁଟିବାକୁ ଯାଇ ନିଜେ ପକାଇଥିବା ଜାଲରେ ଫସିଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ମାଧପୁର ରାସ୍ତାରେ ଗତ ୮ତାରିଖରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ ନେଇ ଅନ୍ନପୂର୍ଣ୍ଣା ଫାଇନାନସ କଂପାନୀର ମହିଳା କର୍ମଚାରୀ ଅଭିଯୋଗ କରିଥିଲେ । ତାଙ୍କ ଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟ ହୋଇଥିବା ମହିଳା ଜଣକ କହିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗ କରିଥିବା ମହିଳା ଓ ତାଙ୍କ ପ୍ରେମିକକୁ ଗିରଫ କରିଛି । ପ୍ରେମ ପାଇଁ ଉଭୟ ଏଭଳି ଲୁଟ କରିଥିବା ପୋଲିସ ସୂଚନା ଦେଇଛି । ପ୍ରେମିକର ଘର ବାଲେଶ୍ୱର ସିମୁଳିଆ ଥାନା ରଘୁନାଥପୁର ହୋଇଥିବା ବେଳେ ତା ନାଁ ସୁଶୀଲ କୁମାର ସ୍ୱାଇଁ । ପ୍ରେମୀଯୁଗଳଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.