ଗଞ୍ଜାମ କମଳାପୁର ଗାଁରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କମଳାପୁର ଗାଁ ପୋଖରୀ ନିକଟରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଝରିପଦର ଗାଁର ଦିବାନ ରେଡି ଓ ଚୈତନ୍ୟପୁର ଗାଁର ଲକ୍ଷ୍ମୀ ରେଡି। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନଥବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଉଭୟ ଗୋଟିଏ ଜାତିର ହୋଇଥିବାରୁ ପରିବାର ବିରୋଧ ଆତ୍ମହତ୍ୟାର କାରଣ ବୋଲି ଚର୍ଚ୍ଚା ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.