Below header

ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି: ସେପ୍ଟେମ୍ବର ମାସରେ ୩ଟି ଲଘୁଚାପ ସହ ସକ୍ରିୟ ହେବ ମୌସୁମୀ ବର୍ଷା

କେନ୍ୟୁଜ୍(ବ୍ୟୁରୋ):ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆସୁଛି ପଛକୁ ପଛ ଲଘୁଚାପ । ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସହ ସକ୍ରିୟ ହେବ ମୌସୁମୀ ବର୍ଷା । କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତ ବଢ଼ିବ । ୬ ତାରିଖରେ ବଢ଼ିବ ବର୍ଷା ପରିମାଣ ।

କାଲି ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୭ ତାରିଖ ଆଡ଼କୁ ଦକ୍ଷିଣ- ପଶ୍ଚିମ ଓ ସଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ।

ସେହିପରି ୧୩ରୁ ୧୬ ଭିତରେ ତୃତୀୟ ଲଘୁଚାପ ସୃଷ୍ଟି ହୋଇପାରେ । ରାଜ୍ୟରେ ଆହୁରି ୨୪ ଘଣ୍ଟା ଗୁଳୁଗୁଳି ଜାରି ରହିବ । ୨୪ ଘଣ୍ଟାରେ ୯ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସୋନପୁର ଓ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଦିନର ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରିଥିଲା ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.