Below header

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

ପୁଣି ନଂ୧ ରେ ନବୀନ। ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

(କେନ୍ୟୁଜ): ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କାମରେ ସର୍ବାଧିକ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୫୯.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଛନ୍ତି । ୫୭.୭ ପ୍ରତିଶତ ସହ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ୫୫.୩ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ୪୯.୨ ପ୍ରତିଶତ ଲୋକଙ୍କ ପସନ୍ଦ ସହ ପଞ୍ଚମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ନିର୍ବାଚନ ପାଖେଇବା ସହ ସବୁ ରାଜ୍ୟରେ ସରକାରଙ୍କ ସମୀକ୍ଷା ଚାଲିଛି। ଲୋକପ୍ରିୟତା ସହ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରୁଛନ୍ତି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.