ବିଶ୍ୱକପ ୨୦୨୩ କ୍ରିକେଟ କ୍ରେଜ୍‌ ଚରମ ସୀମାରେ, ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ୍‌ କ୍ରାସ୍‌

ବିନା ଭାରତ ମ୍ୟାଚରେ ଏଭଳି ସ୍ଥିତି । ଭାରତ ମ୍ୟାଚ ପାଇଁ ଟିକେଟ ବିକ୍ରି ସମୟରେ ସ୍ଥିତି କ’ଣ ହେବ ତାହା ଅନୁମାନ କରିହେବ ନିଶ୍ଚିତ । ବିଶ୍ୱକପ ଟିକେଟ ବିକ୍ରି ଆପ୍‌ ସାଇଟ୍‌ କ୍ରାସ । କ୍ରିକେଟ ପ୍ରେମୀ ନିରାଶ ।

ଭାରତରେ ହେବାକୁ ଥିବା ବିଶ୍ୱକପ ୨୦୨୩ ପାଇଁ ଟିକେଟ ବିକ୍ରି ଗତକାଲିରୁ ଆରମ୍ଭ ହୋଇଛି । ୨୫ ଅଗଷ୍ଟରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ଖେଳୁନଥିବା ମ୍ୟାଚର ଟିକେଟ ବିକ୍ରି ହୋଇଥିଲା । କିନ୍ତୁ ଏହି ସମୟରେ ଟ୍ରାଫିକ ଜାମ୍‌ ହେବା ଯୋଗୁଁ ୱେବସାଇଟ୍‌ ଏବଂ ଆପ୍‌ ପାଖାପାଖି ୩୫ରୁ ୪୦ ମିନିଟ କ୍ରାସ ହୋଇଯାଇଥିଲା । ଏହି କାରଣ ଯୋଗୁଁ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ । ବିନା ଭାରତ ମ୍ୟାଚ୍‌ରେ ଯଦି ଆପ୍‌ କ୍ରାସ ହୋଇଯାଉଛି ତେବେ ଭାରତ ମ୍ୟାଚ ସମୟରେ ୱେବସାଇଟ୍‌ ଅବସ୍ଥା କ’ଣ ହେବ ।

ଗୌହ୍ଵାଟି ଏବଂ ତିରୁଅନନ୍ତପୁରମରେ ଭାରତର ଅଭ୍ୟାସ ମ୍ୟାଚ ଟିକେଟ୍‌ ୩୦ ଅଗଷ୍ଟରୁ କିଣିପାରିବେ ଫ୍ୟାନ୍ସ । ଏହାର ଗୋଟେ ଦିନ ପୂର୍ବରୁ ଚେନ୍ନାଇ, ଦିଲ୍ଲୀ, ପୁନେ ଭାରତରେ ମ୍ୟାଚ୍‌ ପାଇଁ ଟିକେଟ ଖୋଲାଯିବ । ବିଶ୍ୱକପ ଟିକେଟ ବିକ୍ରି ବହୁତ ବିଳମ୍ବରେ ଆରମ୍ଭ ହୋଇଛି ।

ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ‘ବୁକ୍‌ ମାଇଁ ଶୋ’ ଆପ୍‌ କ୍ରାସ୍‌ ହେବା ଅଭିଯୋଗ ହୋଇଥିଲା । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପାଇଁ ଟିକେଟ ବିକ୍ରି ହେଉଛି । ଏହି ସାଇଟରେ କ୍ରିକେଟ ପ୍ରେମୀଙ୍କ ଏତେ ଉତ୍ସାହ ଲାଗି ରହିଥିଲା ଯେ ସାଇଟ୍‌ ଜାମ୍‌ ଯୋଗୁଁ କ୍ରାସ ହୋଇଯାଇଥିଲା ।

ଖବର ମୁତାବକ, ସେପ୍ଟେମ୍ବର ୩ ତାରିଖରେ ୧୪ ଅକ୍ଟୋବରରେ ହେବାକୁ ଥିବା ଅହମଦାବାଦରେ ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ସେମିଫାଇନାଲ ଏବଂ ଫାଇନାଲ ପାଇଁ ୧୫ ସେପ୍ଟେମ୍ବରରୁ ଟିକେଟ ବିକ୍ରି ହେବ । ଟିକେଟ ବିକ୍ରି ଉପରୋକ୍ତ ତାରିଖରେ ଭାରତୀୟ ସମୟାନୁସାରେ ରାତି ୮ଟାରେ ଆରମ୍ଭ ହେବ ।

ବିଶ୍ବକପ ୨୦୨୩ରେ ଟିମ୍‌ ଇଣ୍ଡିଆର ସୂଚୀ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)

୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)

୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)

୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)

୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)

୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)

୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)

୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)

୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍‌ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.