ଜିଓ ବନ୍ଦ କଲା ନିଜର ସବୁଠାରୁ ଶସ୍ତା ପ୍ଲାନ, ଜାଣନ୍ତୁ ଏବେ କେଉଁ ପ୍ରିପେଡ ପ୍ଲାନ ହେଉଛି ସବୁଠୁ ଶସ୍ତା

ଜିଓ ଏହାର ୧୧୯ ଟଙ୍କାର ପ୍ରିପେଡ୍ ପ୍ଲାନ ବନ୍ଦ କରି ଦେବା ପରେ ବର୍ତ୍ତମାନ ଡେଲି ଡାଟା ପ୍ଲାନରେ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୪୯ ଟଙ୍କା । Jioର ବନ୍ଦ ହୋଇଥିବା ୧୧୯ ଟଙ୍କାର ପ୍ଲାନ ୧୪ ଦିନର ଭେଲିଡିଟି ସହିତ ଆସୁଥିଲା । ଏଥିରେ ଅନଲିମିଟେଡ କଲିଂ ସହିତ ୧୦୦ଟି ଡେଲି ଫ୍ରି SMS ଏବଂ ୧.୫ GB ଡାଟା ମିଳୁଥିଲା ।

ରିଲାଏନ୍ସ ଜିଓ ଏହାର ଶସ୍ତା ଡେଲି ଡାଟା ପ୍ଲାନ ମଧ୍ୟରୁ ୧୧୯ ଟଙ୍କାର ପ୍ରିପେଡ ପ୍ଲାନ ବନ୍ଦ କରିଦେଇଛି । ଏହି ପ୍ଲାନରେ ୧୦୦ ଡେଲି ଫ୍ରି SMSର ଲାଭ ସହିତ ୧୪ ଦିନ ପାଇଁ ୧.୫ GB ଡେଲି ଡାଟା ପ୍ରଦାନ କରୁଥିଲା । ଏହି ଜିଓ ପ୍ଲାନରେ ଅନଲିମିଟେଡ କଲିଂର ଲାଭ ମଧ୍ୟ ସାମିଲ ଥିଲା । ୧୧୯ ଟଙ୍କାର ଜିଓ ପ୍ରିପେଡ୍ ପ୍ଲାନ ବନ୍ଦ ହେବା ପରେ କମ୍ପାନୀର ପୋର୍ଟଫୋଲିଓରେ ସବୁଠାରୁ ଶସ୍ତା ଡେଲି ଡାଟା ପ୍ଲାନ ବର୍ତ୍ତମାନ ୧୪୯ ଟଙ୍କା ହୋଇଛି, ଯାହା ଡେଲି ଫ୍ରି SMS ସହିତ ୧ GB ଡେଲି ଡାଟା ଏବଂ ଅନଲିମିଟେଡ କଲିଂ ପ୍ରଦାନ କରୁଛି ।

ଜିଓ ଏହାର ୧୧୯ ଟଙ୍କାର ପ୍ରିପେଡ୍ ପ୍ଲାନ ବନ୍ଦ କରି ଦେବା ପରେ ବର୍ତ୍ତମାନ ଡେଲି ଡାଟା ପ୍ଲାନରେ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୪୯ ଟଙ୍କା । Jioର ବନ୍ଦ ହୋଇଥିବା ୧୧୯ ଟଙ୍କାର ପ୍ଲାନ ୧୪ ଦିନର ଭେଲିଡିଟି ସହିତ ଆସୁଥିଲା । ଏଥିରେ ଅନଲିମିଟେଡ କଲିଂ ସହିତ ୧୦୦ଟି ଡେଲି ଫ୍ରି SMS ଏବଂ ୧.୫ GB ଡାଟା ମିଳୁଥିଲା ।

ବର୍ତ୍ତମାନ ଜିଓର ଡେଲି ଡାଟା ପ୍ଲାନରେ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୪୯ ଟଙ୍କା, ଯାହା ଡେଲି ୧ ଜିବି ଡାଟା ସହିତ ଆସୁଛି । ଏହା ୧୧୯ ଟଙ୍କା ପ୍ଲାନ ଠାରୁ କମ ଡେଲି ଡାଟା ପ୍ରଦାନ କରୁଥିଲେ ମଧ୍ୟ ଏହି ପ୍ଲାନର ଭେଲିଡିଟି ୨୦ ଦିନ ରହିଛି । ଏଥିରେ ଆପଣ ଅନଲିମିଟେଡ କଲିଂ ସହିତ ଡେଲି ୧୦୦ଟି ଫ୍ରି SMSର ଲାଭ ପାଇପାରିବେ । ଏହି ପ୍ଲାନରେ ସମସ୍ତ Jio Suite ଆପ୍ସର ଆକ୍ସେସ ସାମିଲ ରହିଛି । କିନ୍ତୁ ଏହି ପ୍ଲାନରେ ଅନଲିମିଟେଡ ୫G ଡାଟାର ଲାଭ ମିଳୁ ନାହିଁ । ଜିଓ ଏପର୍ଯ୍ୟନ୍ତ ୧୧୯ ଟଙ୍କା ପ୍ଲାନ ବନ୍ଦ କରିବାର କାରଣ ଜଣାଇ ନାହିଁ । ନିକଟରେ ଏୟାରଟେଲ ଦ୍ୱାରା ମଧ୍ୟ ସମାନ ପଦକ୍ଷେପ ନିଆଯାଇଥିଲା ।

କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ପୋର୍ଟଫୋଲିଓରେ ଦୁଇଟି ନୂଆ ମୋବାଇଲ୍ ପ୍ଲାନ ଆରମ୍ଭ କରିଥିଲା, ଯେଉଁଥିରେ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଦିଆଯାଉଛି । ଏଥିମଧ୍ୟରୁ ପ୍ରଥମ ହେଉଛି ଜିଓ ୧,୦୯୯ ଟଙ୍କାର ପ୍ଲାନ , ଯେଉଁଥିରେ ୮୪ ଦିନର ଭେଲିଡିଟି ସହିତ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଦିଆଯାଉଛି । ଏହି ପ୍ଲାନରେ ଡେଲି ୨GB ଡାଟା, ଅନଲିମିଟେଡ ଭଏସ୍ କଲ୍ ଏବଂ ଅନଲିମିଟେଡ ୫G ଡାଟା ସାମିଲ ରହିଛି ।

ଏଥି ସହିତ ୧୪୯୯ ଟଙ୍କାର ଆଉ ଏକ ପ୍ଲାନ ଅଛି, ଯେଉଁଥିରେ ନେଟଫ୍ଲିକ୍ସ ବେସିକ ପ୍ଲାନ, ଡେଲି ୩ ଜିବି ଡାଟା + ୪୦ ଜିବି ଏକ୍ସଟ୍ରା , ଡେଲି ୧୦୦ଟି ଫ୍ରି SMS ଏବଂ ଅନଲିମିଟେଡ କଲିଂ ର ଲାଭ ମିଳୁଛି । ଏହି ପ୍ଲାନରେ ଅନଲିମିଟେଡ ୫G ଡାଟା ମଧ୍ୟ ସାମିଲ ରହିଛି । ଏହି ପ୍ଲାନର ଭେଲିଡିଟି ମଧ୍ୟ ୮୪ ଦିନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.