Below header

ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର, OPTCL ରେ ଚାକିରି ପାଇଁ କରନ୍ତୁ ଆବେଦନ

ଓଡିଶା ପାଓ୍ଵର ଟ୍ରାନ୍ସମିଶନ କର୍ପୋରେସନ(OPTCL) ଚାକିରି ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଖାଲିପଡିଥିବା ପଦବୀ ପାଇଁ କରିପାରିବେ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୪ ସେପ୍ଟେମ୍ବର ରହିଛି ।

ଓଡିଶା ପାଓ୍ଵର ଟ୍ରାନ୍ସମିଶନ କର୍ପୋରେସନ(OPTCL), ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଖାଲିପଡିଥିବା ପଦବୀ ପାଇଁ କରିପାରିବେ ଆବେଦନ । ଖାଲିପଡିଥିବା ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବାର ତାରିଖ ୨୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୪ ସେପ୍ଟେମ୍ବର ୨୦୨୩ରେ ହେବ । ଇଚ୍ଛୁକ ପ୍ରାର୍ଥୀ www.optcl.co.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୮

ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ) : ୧୦
ମ୍ୟାନେଜମେଣ୍ଟ ଟ୍ରେନି (ଲ) : ୩
ମ୍ୟାନେଜମେଣ୍ଟ ଟ୍ରେନି (ଏଚଆରଡି) :୧୦
ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ) : ୧୦
ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି(ଫାଇନାନ୍ସ) : ୧୫
ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନ( ଟେଲିକମ୍‌) : ୨୦

ଜରୁରୀ ତାରିଖ : ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷତ ୨୪ ସେପ୍ଟେମ୍ବର ୨୦୨୩ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ତେଣୁ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଭଲ ଭାବେ ପଢନ୍ତୁ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ଏବଂ SEBC, PWD, ମହିଳାମାନଙ୍କୁ ବୟସରେ ଛାଡ୍‌ ମିଳିବ ।

ମେଡିକାଲ ଫିଟନେସ : ଚୟନିତ ପ୍ରାର୍ଥୀ ନିଶ୍ଚିତ ଭାବେ ମେଡିକାଲ ଟେଷ୍ଟ ଦେବାକୁ ବାଧ୍ୟ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଣସରଂକ୍ଷିତ ପ୍ରାର୍ଥୀ ଏବଂ SEBC ପ୍ରାର୍ଥୀ ୧୧୮୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୫୯୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ OPTCL ର ଅଫିସିଆଲ ୱେବସାଇଟ୍‌କୁ ଯାଇ ସବିଶେଷ ବିବରଣୀ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.