Below header

ହିମାଚଳ ପ୍ରଦେଶ ଟ୍ରାଜେଡି: ଦୁଃଖ ବଖାଣିଲେ ମହିଳା, କହିଲେ ଏମିତି କଷ୍ଟଦାୟକ ଜୀବନ ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଜନଜୀବନ ଏକପ୍ରକାରର ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକାଂଶ ସ୍ଥାନରେ ବିପର୍ଯ୍ୟୟର ବିଭୀଷିକା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି । ତେବେ ହିମାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ପୀଡିତ ଲୋକେ ଏମିତି ଖରାପ ସ୍ଥିତି ଦେଇ ଗତି କରୁଛନ୍ତି ଯେ ଯାହାକୁ ବଖାଣିବା କଷ୍ଟକର ।

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଜନଜୀବନ ଏକପ୍ରକାରର ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକାଂଶ ସ୍ଥାନରେ ବିପର୍ଯ୍ୟୟର ବିଭୀଷିକା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି । ତେବେ ହିମାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ପୀଡିତ ଲୋକେ ଏମିତି ଖରାପ ସ୍ଥିତି ଦେଇ ଗତି କରୁଛନ୍ତି ଯେ, ଯାହାକୁ ବଖାଣିବା କଷ୍ଟକର । ଏଥିରେ ପ୍ରଭାବିତ ଜଣେ ମହିଳା ଯାହାଙ୍କ ନା ପ୍ରମିଳା, ଯିଏ ସେହି ଭୟଙ୍କର ଘଟଣାର ଛାତିଥରା କାହାଣୀ କହିଛନ୍ତି ।

ପ୍ରମିଳା କହିଛନ୍ତି, ଏଭଳି କଷ୍ଟଦାୟକ ସମୟରେ ବଞ୍ଚିବା ଠାରୁ ଭଲ ମରିଯିବା । କାହିଁକି ନା ଏଭଳି ସ୍ଥିତିରେ କୌଣସି ଆଶାର ଆଲୋକ ଆଉ ନଜର ଆସୁନାହିଁ । ପ୍ରମିଳା ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଏକ ବିଲ୍ଡିଂରେ ରହୁଥିଲେ । ଯେଉଁ ବିଲ୍ଡିଂରେ ତାଙ୍କର ଏକ ରୁମ୍ ଥିଲା । ଯାହାକୁ ସେ ଏହି ଭୂସ୍ଖଳନରେ ହରାଇଛନ୍ତି । ନିଜ ଘରକୁ ହରାଇବା ପରେ ସେ ନିଜର ସବୁକିଛି ହରାଇଥିବା କହିଛନ୍ତି ।

୨୩ ଅଗଷ୍ଟ ସକାଳେ ଭୂସ୍ଖଳନରେ ଏକ ବିଲ୍ଡିଂ ଆଶିଂକ ରୂପେ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିରେ ପ୍ରମିଳା ନିଜ ରୋଗିଣା ମାଙ୍କ ସହିତ ରହୁଥିଲେ । ଏହି ବିଲ୍ଡିଂଟି ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲ ନିକଟରେ ଅବସ୍ଥିତ । ଗତ ଶୁକ୍ରବାର ଦିନ ନିଜ ଦୁଃଖ ବଖାଣିବା ସମୟରେ ପ୍ରମିଳା କହିଥିଲେ କି, ୭୫ ବର୍ଷିୟା ବୁଢୀ ମା ଯିଏ ୨୦୧୬ ମସିହାରୁ କ୍ୟାନ୍ସରରେ ପୀଡିତ, ତାଙ୍କର ଚିକିତ୍ସା ଜାରି ରହିଛି । ପ୍ରମିଳା ରାମନଗର ବଜାରରେ ଥିବା ଏକ ଦୋକାନରେ ଚାକିରି କରୁଥିଲେ । ହେଲେ ଗତ ସପ୍ତାହରେ ତାଙ୍କୁ ସେଠାରୁ ବାହାର କରିଦିଆଗଲା କାହିଁକି ନା ମାନ୍ଦାବସ୍ଥା ଯୋଗୁଁ ସେଠାକୁ ଗ୍ରାହକ ଆସୁନଥିଲେ ।

rainfall1

 

ପ୍ରମିଳା ଏକ ପ୍ରକାରର ଅସହାୟ ହୋଇପଡିଛନ୍ତି । ନା ତାଙ୍କ ପାଖରେ ଶୋଇବାକୁ କୌଣସି ସ୍ଥାନ ଅଛି ନା କେହି ବନ୍ଧୁବାନ୍ଧବ । ପ୍ରମିଳାଙ୍କ ବାପା, ଭାଇ, ଭଉଣୀ କିଏ ବି ନାହାନ୍ତି । ସେ ନିଜ ସ୍ୱାମୀଙ୍କ ଠାରୁ ବି ଅଲଗା ହୋଇସାରିଛନ୍ତି । ତେବେ ବର୍ତ୍ତମାନ ସେ ଚାକିରି ଖୋଜୁଛନ୍ତି । ସେ ଏକଥା ବି କହିଛନ୍ତି କି ଏଭଳି ପରିସ୍ଥିତିରେ ସେ ଘରର ଝାଡୁ ପୋଛା କାମ ବି କରିବାକୁ ପ୍ରସ୍ତୁତ ଅଛନ୍ତି । କାହିଁକିନା ତାଙ୍କ  ମାଙ୍କର ଚିକିତ୍ସା ପାଇଁ ନିହାତୀ ଭାବେ ଅର୍ଥ ଦରକାର । ପ୍ରମିଳା ୧୦ମ ଯାଏ ପାଠ ପଢିଛନ୍ତି ।

ଏପଟେ ପ୍ରମିଳାଙ୍କ ପାଖ ରୁମ୍ ରେ ରହୁଥିବା ସୁମନ ନାମକ ଜଣେ ମହିଳା ବି ନିଜ ଦୁଃଖ ବଖାଣିଛନ୍ତି । ସେ ପିନ୍ଧିଥିବା ପୋଷାକ ବ୍ୟତିତ ତାଙ୍କ ପାଖରେ ଆଉ କିଛି ନାହିଁ ବୋଲି ସେ କହିଛନ୍ତି । ନିଜ ପିଲା ଛୁଆଙ୍କ ଭବିଷ୍ୟତ ପାଇଁ ସେ ବହୁତ ଚିନ୍ତିତ । ସ୍କୁଲ୍ ଫିସ୍ ଦବାକୁ ବି ତାଙ୍କ ପାଖରେ ଟଙ୍କା ନାହିଁ । ସେ କହିଛନ୍ତି କି ଏଭଳି ସ୍ଥିତି ଆସିବା ନେଇ କୌଣସି ପୂର୍ବ ସୂଚନା ନଥିଲା । ଯେଉଁଥିପାଇଁ ତାଙ୍କର ସବୁ କିଛି ଏହି ଭୂସ୍ଖଳନରେ ଚାଲିଯାଇଛି । ଏଭଳି ଦୟନୀୟ ସ୍ଥିତି ପରେ ଯଦି ସରକାର ପୀଡିତ ମାନଙ୍କୁ ସାହାଯ୍ୟ କରିପାରୁନି ତ ଏତେ ଦାନ ଟଙ୍କା ରଖି କଣ ଫାଇଦା ବୋଲି ସେ ପ୍ରଶ୍ନ କରିଛନ୍ତି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.