Below header

ବେଆଇନ ଭାବେ ଚାଲାଣ ବେଳେ ୨୫ରୁ ଅଧିକ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍): ବେଆଇନ ଭାବେ ଚାଲାଣ ବେଳେ ୨୫ରୁ ଅଧିକ ଦାଦନ ଶ୍ରମିକ ଉଦ୍ଧାର। ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ଥାନା ପୋଲିସ। ଉଦ୍ଧାର ଦାଦନ ଶ୍ରମିକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର। ୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦ୍ଦାରକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ ଗତକାଲି ୨୫ଜଣ ଦାଦନଙ୍କୁ ଗାଡିରେ ଷ୍ଟେସନ ନିଆଯାଉଥିବାବେଳେ କୌଣସି ସୂତରରୁ ଖବର ପାଇ ପୋଲିସ ଗାଡି ଅଟକାଇ ଯାଞ୍ଚ କରିଥିଲା। ଗାଡିରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ୮ଜଣ ପୁରୁଷ, ୧୧ଜଣ ମହିଲା ଓ ୬ଜଣ ଶିଶୁ ଅଛନ୍ତି। କାଗଜପତ୍ର ଯାଞ୍ଚ ପରେ ସମସ୍ତ ଦାଦନଙ୍କୁ ଘରକୁ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.