ଜର୍ମାନୀରୁ ଫେରି ଓଡ଼ିଶାରେ ରହିବେ ଶେଷ କିସାନ, ନିଜ ନାମରେ ଖୋଲିବେ ମେଡିସିନ କମ୍ପାନୀ

ରେଢାଖୋଲ(କେନ୍ୟୁଜ୍): ମେଡିସିନ କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ । ଜର୍ମାନୀରୁ ଫେରି ଓଡ଼ିଶାରେ ରହିବେ ଶେଷ କିସାନ । ଡ. ଶେଷ କିସାନ ଫାର୍ମା ପ୍ରାଇଭେଟ ଲିମିଟେଡ଼ ନାଁରେ ଓଡ଼ିଶାରେ ଏକ ଫାର୍ମା କମାନୀ ଲଞ୍ଚ କରିବେ। ଆଗାମୀ ୪ମାସ ଭିତରେ କାମ ଆରମ୍ଭ ହେବ। ନିଜ କମ୍ପାନୀକୁ ଭାରତରେ ନମ୍ବର ୧ କରିବାକୁ ଲକ୍ଷ୍ୟ ରଖିଛନ୍ତି ଶେଷ କିସାନ।
ଦେଶ ବାହାରୁ ବହୁତ ଅଫର ଆସିଛି କିନ୍ତୁ ନିଜ ଜନ୍ମ ମାଟି ପାଇଁ କିଛି କରିବାର ତାଙ୍କର ଇଛା ଥିଲା । ଜେନରେକ୍ ମେଡିସିନ ସହିତ ସର୍ଜରିକାଲ ମେଡିସିନ ମାର୍କେଟରେ କେମିତି କମ ଟଙ୍କାରେ ସମସ୍ତେ ପାଇପାରିବେ ସେନେଇ କମ୍ପାନୀ କାମ କରୁଛି । ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ସହଯୋଗ ମିଳିଛି । କମ୍ପାନୀରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ବୈଜ୍ଞାନିକ ଶେଷ କିସାନ।
ଏପଟେ ଗତକାଲି ଲାସଙ୍ଗାରୁ ବାହାରି ରେଢ଼ାଖୋଲ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି।ସେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ହରେକୃଷ୍ଣ ଜେନାଙ୍କ ଏକ ମାତ୍ର କନ୍ଯା ଜୟଶ୍ରୀ ଜେନାଙ୍କ ହାତ ଧରିଛନ୍ତି। ବୈଦିକି ରୀତି ନୀତି ଅନୁସାରେ ନିଜ ଜୀବନ ସାଥି ବାଛିଛନ୍ତି ଶେଷ କିସାନ। ପିଲା ଦିନୁ ଶେଷଙ୍କ ପିତା ମାତା ନଥିବାବେଳେ ରେଢ଼ାଖୋଲ ସହର ସ୍ଥିତ ଆଦର୍ଶ ନଗରର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନୀ ଶେଷଙ୍କ ମା ବାପା ସାଜିଛନ୍ତି ।
ପିଲାଦିନେ ଶେଷ ଭୁବନେଶ୍ୱର ରେ ପାଠ ପଢ଼ୁଥିବା ସମୟରେ ଟ୍ରେନରେ ଘରକୁ ଆସୁଥିବା ବେଳେ ହଠାତ ସୁନନ୍ଦ ଏବଂ ତାଙ୍କ ପତ୍ନୀଙ୍କ ସହ ଦେଖା ହେଇଥିଲା। ସେଇଠୁ ଚିହ୍ନା ପରିଚ। ଉଭୟ ଶେଷଙ୍କ ମାତା ପିତା ହୋଇଥିଲେ। ଆଗକୁ ଜର୍ମାନୀରୁ ଫେରି ଓଡ଼ିଶାରେ ମୁଖ୍ଯମନ୍ତ୍ରୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରି ଓଡ଼ିଶାରେ କିଛି ଦେଖାଇବେ ବୋଲି ତାଙ୍କର ବାପା ସୁନନ୍ଦ ପ୍ରଧାନ କହିଥିଲେ ।
ବାହାଘର ପରେ ଶେଷ ଏବେ ବହୁତ ଖୁସି। ଆଗକୁ ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିବା ପାଇଁ ତାଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କୁ ସାହାଯ୍ଯ କରିବେ ବୋଲି ଶେଷ କିସାନ କହିଛନ୍ତି। ସେପଟେ ଶେଷଙ୍କୁ ଜ୍ୱାଇଁ ଭାବରେ ପାଇଁ ତାଙ୍କ ଶ୍ବଶୁର ହରେକୃଷ୍ଣ ଜେନା ମଧ୍ଯ ବହୁତ ଗର୍ବିତ। । ତେବେ ଏଭଳି କଷ୍ଟ ଓ ସଂଘର୍ଷ କରି ଆଗକୁ ବଢିଲେ ନିଶ୍ଚିତ ଭାବରେ ସଫଳତା ପାଇପାରିବେ ବୋଲି ଶେଷ ଆଜିର ଯୁବ ପିଢ଼ିଙ୍କୁ କହିଛନ୍ତି।