Below header

ମୂଷା କହୁଛି ଜୟ ଜଗନ୍ନାଥ: ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ

ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ମୂଷା କହୁଛି ଜୟ ଜଗନ୍ନାଥ । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ଵାସ କରିବା ଅସମ୍ଭବ। ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ ।

ପୁରୀ(କେନ୍ୟୁଜ): ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ମୂଷା କହୁଛି ଜୟ ଜଗନ୍ନାଥ । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ଵାସ କରିବା ଅସମ୍ଭବ। ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ ।

ଜଣେ ମହିଳା ଭକ୍ତଙ୍କ ହାତରେ ଦେଖିବାକୁ ମିଳିଥିଲା ଦୁଇଟି ମୂଷା। ଗୋଟେ କଳା ମୂଷା ଏବଂ ଆଉ ଗୋଟେ ଧଳା ମୂଷା । ମୂଷା ଦୁଇଟିକୁ ବହୁତ ସ୍ନେହ ଆଦର ଦେଇ କାଖରେ କୋଳେଇ ଧରିଥିଲେ ମହିଳା । ଶୀତ ହେଉଥିବାରୁ ମୂଷା ଦୁଇଟି ସୁଇଟର ବି ପିନ୍ଧିଥିଲେ ।

ତେବେ ଏମାନେ ମନୁଷ୍ୟ ନୁହଁନ୍ତି ତଥାପି ଏହି ମୂଷାଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା “ଜୟ ଜଗନ୍ନାଥ”। ତେବେ ଜୟ ଜଗନ୍ନାଥ କହୁଥିବା ଦୁଇଟି ମୂଷା ହେଉଛନ୍ତି ଜଗାର ନିଆରା ଭକ୍ତ । ଜଣେ ମହିଳା ତାଙ୍କୁ ମାଆ ତୁଲ୍ୟ ମମତା ଦେଇ ପାଳିଛନ୍ତି । ସେମାନେ ଏତେ ସ୍ନେହ ପାଇଛନ୍ତି ଯେ ମାଆ ଯାହା କହୁଛନ୍ତି ସେମାନେ ସେୟା ଉଚ୍ଚାରଣ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ମଧ୍ୟ ଅବିକଳ କରିବାକୁ ଚେଷ୍ଟା କରିଛନ୍ତି ଦୁଇ ମୂଷା। କେବଳ ସେତିକି ନୁହେଁ ସିଂହଦ୍ୱାର ନିକଟରେ ମାଆ ସହିତ ମୂଷା ଦୁଇଟି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ସାନିଧ୍ୟ ନେଇଛନ୍ତି। ଏଭଳି ଦୃଶ୍ୟ ଭକ୍ତଙ୍କ ମହଲରେ ବେଶ୍ କୌତୁହଳ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.