ଇଟା ଭାଟିରେ ବିସ୍ଫୋରଣ: ୪ ମୃତ, ୨୫ ଆହତ

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ଏକ ଇଟା ଭାଟିରେ ବିସ୍ଫୋରଣ । ଫଳରେ ୪ ଜଣଙ୍କର ମୃତ୍ୟୁ ହେବା ସହିତ ୨୫ ଜଣ ଆହତ ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଫରେନ୍ସିକ ଯାଞ୍ଚ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ଏକ ଇଟା ଭାଟିରେ ବିସ୍ଫୋରଣ ହେବାକୁ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ମାମଲାର ଫରେନ୍ସିକ ଯାଞ୍ଚ କରୁଛି । ଇଟା ଭାଟିରେ ହଠାତ୍‌ ବିସ୍ଫୋରଣ ଯୋଗୁଁ ଚିମିନୀ ପଡିଯିବାରୁ ଦୁର୍ଘଟଣା ଘଟିଛି । ଘଟଣାରେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଖବର ମୁତାବକ, ଇଟା ଭାଟିରେ ଚୁଲି ଜଳୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହେବା ସହିତ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକ ଇଟା ଭାଟିର ବୋଲି ଜଣାପଡିଛି । ଜଣେ ହସପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣଙ୍କ ମୃତଦେହ ମାଟିତଳେ ମିଳିଥିଲା । ଆହତଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରେ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପୋଲିସ ଏହି ମାମଲାରେ ଯାଞ୍ଚ ଜାରି ହୋଇଛି ।

ଇଟା ଭାଟିରେ ବିସ୍ପୋରଣ ହେବା ପରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା । କିଛି ଦୂର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଫରେନ୍ସିକ ଯାଞ୍ଚ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.