କନ୍ଧମାଳ ସଞ୍ଜିତ ହତ୍ୟା ମାମଲାର ପର୍ଦ୍ଦାଫାସ, ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା

କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍। କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡ଼କି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା । ସଂପୃକ୍ତ ମହିଳା ଗିରଫ ।

କନ୍ଧମାଳ (କେନ୍ୟୁଜ): କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ। କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡ଼କି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ଫୁଲବାଣୀ ସଦର ଥାନା ପୋଲିସ । ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି ।

ଫୁଲବାଣୀ ସଦର SDPOଙ୍କ କହିବା ଅନୁଯାୟୀ ଗତ ୧ ତାରିଖରେ ଦଡ଼କି PEOଙ୍କୁ ବାସଭବନରୁ ସଞ୍ଜିତଙ୍କ ମୃତଦେହ ମିଳିଥିଲା । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଯୁବକ ଜଣକ ଅନୈତିକ ସମ୍ପର୍କ ରଖିଥିଲା । ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ଆଉ ଫେରାଉ ନଥିଲା । ଟଙ୍କା ମାଗିଲେ ବଦନାମ କରିବାକୁ ଧମକ ବି ଦେଉଥିଲା ସଞ୍ଜିତ । ତେଣୁ ମହିଳା ଜଣକ ପ୍ରତିଶୋଧପରାୟଣ ହୋଇ ସୁଯୋଗ ଖୋଜୁଥିଲେ ।

ସୂଚନା ଯୋଗ୍ୟ ନଭେମ୍ବର ୩୦ ତାରିଖ ରାତିରେ ସଞ୍ଜିତ ମହିଳାଙ୍କୁ ଫୋନ କରି ନିଜ ବାସଭବନକୁ ଡାକିଥିଲେ । ନିଶାରେ ଚୁର ହୋଇ ଶାରୀରିକ ସମ୍ପର୍କ ରଖିବା ପରେ ଶୋଇ ପଡିଥିଲେ । ଏହାର ସୁଯୋଗ ନେଇ ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.