Below header

ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ। ସଂଘବଧ ଆକ୍ରମଣ ହୋଇଥିବା ଅନୁମାନ।

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି
କ୍ଷତିପୂରଣ ଦାବି ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଞ୍ଚଳବାସୀଙ୍କ ହୁଲୁରିସିଂହା ଛକ ରେ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ, ହୁଲୁରିସିଂହା ଛକରେ ପ୍ରକାଶଙ୍କ ଏକ କୁକୁଡ଼ା କାଉଣ୍ଟର ରହିଛି। ଗତକାଲି ସନ୍ଧ୍ୟାରେ ଗାଁ ପଡିଆ ନିକଟରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । କିଏ ଓ କାହିକି ହତ୍ୟା କରିଛି ତାହା ଅସ୍ପଷ୍ଟ ଥିବାବେଳେ ସଂଘବଧ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ପାରିପାର୍ଶିକ ପରିସ୍ଥିତିରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଜଣା ପଡ଼ିଛି । କିଛି ଦୂରରୁ ପୋଲିସ ପ୍ରକାଶଙ୍କ ମୋବାଇଲ ଓ ମୋଟରସାଇକେଲ ମଧ୍ୟ ଜବତ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.