Below header

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍‌ସ କୋର୍ଟରେ ହାଜର କରାଯିବ । ଏଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଆଣିଛି ଭିଜିଲାନ୍ସ । ଆୟଠାରୁ ୫ଶହ ପ୍ରତିଶତରୁ ଅଧିକ ସଂପତ୍ତିର ମାଲିକ ପ୍ରଶାନ୍ତ । ତାଙ୍କ ପାଖରେ ୫ରୁ ୬ଟି ବେନାମୀ ଆକାଉଣ୍ଟ ରହିଛି ।

କେନ୍ୟୁଜ୍(ବ୍ୟୁରୋ): କୁବେର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ। ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍‌ସ କୋର୍ଟରେ ହାଜର କରାଯିବ । ଏଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଆଣିଛି ଭିଜିଲାନ୍ସ । ଆୟଠାରୁ ୫ଶହ ପ୍ରତିଶତରୁ ଅଧିକ ସଂପତ୍ତିର ମାଲିକ ପ୍ରଶାନ୍ତ । ତାଙ୍କ ପାଖରେ ୫ରୁ ୬ଟି ବେନାମୀ ଆକାଉଣ୍ଟ ରହିଛି । ତାଙ୍କର ୫କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। କେବଳ ନଗଦ ଟଙ୍କା ମିଳିଛି ୩କୋଟିରୁ ଅଧିକ।

ଭୁବନେଶ୍ୱରରେ ଘର ସହ ୫ଟି ପ୍ଲଟ ଓ ୨ଟି ଦାମୀ କାର ଠାବ ହୋଇଛି। ରେଡ ବେଳେ ପ୍ରଶାନ୍ତଙ୍କ ଅଚଳାଚଳ ସଂପତ୍ତି ଦେଖି ଚକିତ ହୋଇଥିଲା ଭିଜିଲାନ୍‌ସ। ଏତେ ପରିମାଣର ନଗଦ ଟଙ୍କା ଦେଖି ତାଜୁବ ହୋଇଥିଲେ ତଦନ୍ତକାରୀ ଅଧିକାରୀ। ଟଙ୍କା ସହ ଜବତ ହୋଇଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ । ଗତକାଲି ପ୍ରଶାନ୍ତଙ୍କ ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍‌ସ । ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ଟଙ୍କା ଜବତ ଘଟଣା ବୋଲି ଜଣାପଡ଼ିଛି ।

୧୯୯୬ ମସିହାର OAS ଅଧିକାରୀ ପ୍ରଶାନ୍ତ ରାଉତ । ଯାଜପୁର, କେନ୍ଦ୍ରାପଡ଼ାର ତହସିଲଦାର ଭାବରେ କାର୍ଯ୍ୟ କରିଥିଲେ । ବାଲେଶ୍ୱର, ବରଗଡ, ଯାଜ୍‌ପୁର, କଟକ ଓ କେନ୍ଦ୍ରାପଡାର ବିଡିଓ ଥିଲେ । ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍‌ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.